ପ୍ରଧାନମନ୍ତ୍ରୀ ଓ ସ୍ଵାରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା –ବନ୍ୟା ପରିସ୍ଥିତିର ମୁକାବେଲା ପାଇଁ ରାଜ୍ୟସରକାରଙ୍କୁ ସମସ୍ତ ସହାୟତା ଯୋଗାଇବ କେନ୍ଦ୍ର

images (1)
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଗମ୍ଭୀର ବନ୍ୟା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଙ୍କୁ ଭେଟିବା ସହ ଉଭୟ ନେତା ବନ୍ୟା ରାଜ୍ୟରପରିସ୍ଥିତି ସମ୍ପର୍କରେ ଅବଗତ ଥିବା ଓ ଏହାର ମୁକାବେଲା ପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ପାଇଁ ପ୍ରସ୍ତୁତ ବୋଲି ଗଣ ମାଧ୍ୟମକୁ କହିଛନ୍ତି । ପ୍ରଧାନ ମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ପୃଥକ ପୃଥକ ସାକ୍ଷାତ ସମୟରେ ଉଭୟ ନେତା ଓଡିଶାରେ ବନ୍ୟା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହ କ୍ଷୟକ୍ଷତିକୁ ରୋକିବା ପାଇଁ ପ୍ରତିକାର ମୂଳକ ବ୍ୟବସ୍ଥା ସହ ଉଦ୍ଧାର ଓ ରିଲିଫ ପିନ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେଥିବା ଏନଡ଼ିଆରଏଫ ଟିମ ବ୍ୟତୀତ ଆଉ ଏନଡ଼ିଆରଏଫ ର ୮ଟି ଦଳକୁ ରିଲିଫ ଓ ଉଦ୍ଧାରକାର୍ଯ୍ୟ ପିନ ଓଡିଶା ପଠାଯାଇଛି ତଥା ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୨ଟି ହେଲିକାପ୍ଟର ପ୍ରସ୍ତୁତ କରିଛି । ବନ୍ୟା ବିପନ୍ନଙ୍କୁ ଯେପରି ଭାବରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ ପହଞ୍ଚାଇପାରିବ ସେଥିପାଇଁ ସମସ୍ତ ସହଯୋଗ କେନ୍ଦ୍ରସରକାର ରାଜ୍ୟକୁ ଯୋଗାଇଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!