ଏଣିକି ଦୁଗ୍ଧ ଚାଷୀ କ୍ଷୀର ଲିଟର ପିଛା ଅତିରିକ୍ତ ୧ ଟଙ୍କା ୬୦ପଇସା ପାଇବେ

imagesWUMBE80Q
ଲକ୍ଷାଧିକ ଦୁଗ୍ଧଚାଷୀଙ୍କ ସ୍ଵାର୍ଥକୁ ଦୃଷ୍ଟି ଆଗରେରଖି ଦୁଗ୍ଧର କ୍ରୟମୁଲ୍ୟ ଲିଟର ପିଛା ୧ଟଙ୍କା୬୦ପାଇସା ବୃଦ୍ଧି କରାଯାଇଅଛି । ଅଗଷ୍ଟ ୭ ତାରିଖରେ ଏହି ବର୍ଦ୍ଧିତ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଯିବ । ଏହା ଦ୍ଵାରା ଖାଉଟି ମୂଲ୍ୟରେ ଲିଟର ପିଛା ୨ଟଙ୍କା ଦର ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ୨ଟଙ୍କାରୁ ୧ଟଙ୍କା୬୦ପଇସା ସିଧାସଳଖ ଚାଷୀଙ୍କୁ ପ୍ରଦାନ କରାଯିବ । ଏହା ବ୍ୟତୀତ ଗ୍ରାମାଞ୍ଚଳର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ,ଦୁଗ୍ଧ ସଂଘ,ଏବଂ ଦୁଗ୍ଧ ବିକ୍ରେତାମାନେ ମଧ୍ୟ ଲିଟର ପିଛା ୧୦ ପଇସା ଲେଖାଏଁ ଅଧିକ ପାଇବେ । ଏହି ପରିପ୍ରେକ୍ଷୀରେ ଓମଫେଡ୍ ପ୍ରସ୍ତୁତ ଡବଲ ଟୋନଡ୍ ଦୁଗ୍ଧ ଲିଟର ପିଛା ଦାମ ୨୮ ଟଙ୍କା ବଦଳରେ ୩୦ ଟଙ୍କା ଓ ଟୋନଡ୍ ଦୁଗ୍ଧ ୩୦ ଟଙ୍କା ବଦଳରେ ୩୨ଟଙ୍କା ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ୭ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ପ୍ରକାଶଯୋଗ୍ୟଯେ ଓମଫେଡ୍ ନିକଟରେ ଗଚ୍ଛିତ ଥିବା ପୁରୁଣା ପଲିଥିନ ସରିବା ପର୍ଯ୍ୟନ୍ତ ଛପାଥିବା ଦର ପରିବର୍ତ୍ତେ ନୂତନଦରରେ ଖାଉଟିମାନେ ଦୁଗ୍ଧ କ୍ରୟ କରିବେ ।

Share in top social networks!