ବୟନ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ବରଗଡ ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ ଓ ସ୍ଥିତି ସମୀକ୍ଷା

untitled
ଚଳିତ ବନ୍ୟାରେ ବିଶେଷଭାବେ ପ୍ରଭାବିତ ବରଗଡ ଜିଲ୍ଲା ର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳରେ ସମସ୍ତ ସହାୟତା ଯୋଗାଇଦେବାକୁ ବୟନ ଓ ହସ୍ତତନ୍ତ ତଥା ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀମତୀ ଛୁରିଆ ଅତାବିରା ବ୍ଲକର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା କାଲି ମନ୍ତ୍ରୀ ଭେଡେନ୍,ବିଜେପୁର ଏବଂ ସୋହେଲା ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥେଷ୍ଟ ପରିମାଣର ରିଲିଫ ସାମଗ୍ରୀ,ଔଷଧପତ୍ର,ଯୋଗାଇଦେବା ସହ ବନ୍ୟାପରବର୍ତ୍ତୀ ଆବଶ୍ଯକୀଯ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ଵ ଆରୋପ କରିଛନ୍ତି । ବରଗଡ ଜିଲ୍ଲା ଅଧିକାରୀ ବୁଣାକାର ପରିବାର ହୋଇଥିବାରୁ ବନ୍ୟା ପ୍ରଭାବରୁ ତନ୍ତଗୁଡିକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ମନ୍ତ୍ରୀ ଶ୍ରୀମତୀ ଛୁରିଆ ବୟନ ଓ ହସ୍ତତନ୍ତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!