ଅଗଷ୍ଟ ୭ ଓ ୮ ରେ ରବୀନ୍ଦ୍ର ମଣ୍ଡପରେ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉଚ୍ଛ୍ଵାସର ରଙ୍ଗ’

OD-MAP-1ଉତ୍କଳ ସଂଗୀତ ମହାବିଦ୍ୟାଳୟ ପୁରାତନଛାତ୍ର କଲ୍ୟାଣ ସମିତିର ଦ୍ଵିତୀୟ ବାର୍ଷିକ ଉତ୍ସବ ଅଗଷ୍ଟ ୭ ଓ ୮ ରେ ଦୁଇ ଦିନ ଧରି
ରବୀନ୍ଦ୍ର ମଣ୍ଡପରେମହାସମାରୋହରେ ଅନୁଷ୍ଠିତ ହେବ । ଅଗଷ୍ଟ ୭ ତାରିଖ ଦିବା ୧୧ଘଟିକା ସମୟରେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ସନ୍ଧ୍ୟା ଅଧିବେଶନରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଓ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ । ୮ ତାରିଖ ଉଦଯାପନୀ ଉତ୍ସବରେ କୃଷି,ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ । ଦୁଇଦିନ ଧରି କାର୍ଯ୍ୟକ୍ରମ ସକାଳ ୧୦ଘଟିକାରୁ ୨ଟା ଓ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆଗ୍ରହୀ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଅନୁରୋଧ ।

Share in top social networks!