ମୁଖ୍ୟମନ୍ତ୍ରୀଙ୍କ ବନ୍ୟା କଣ୍ଟ୍ରୋଲରୁମ ପରିଦର୍ଶନ,ବନ୍ୟା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି

52406
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜୀବ ଭବନ ସ୍ଥିତ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କଣ୍ଟ୍ରୋଲରୁମ ପରିଦର୍ଶନ କରିଥିଲେ । ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ୍ତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ହୀରାକୁଦ ଜଳଭଣ୍ଡାରରା ସ୍ଥିତି ଏବଂ ମହାନଦୀ ଓ ବୈତରଣୀର ବନ୍ୟା ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ହୀରାକୁଦର ଜଳଭଣ୍ଡାରରେ ବର୍ତ୍ତମାନ ୬୨୮ଫୁଟ ଜଳ ରହିଛି ଏବଂ ବର୍ତ୍ତମାନ ୪୦ଟି ଗେଟ ଯୋଗେ ଜଳ ନିଷ୍କାସନ ହେଉଛି । ଆଜି ମଧ୍ୟ ରାତ୍ର ସୁଦ୍ଧା ମହାନଦୀରେ ମୁଣ୍ଡଳୀ ଥରେ ୧୧.୫ଲକ୍ଷ ଘନ ଫୁଟ ଜଳ ପ୍ରବାହିତ ହେବ ବୋଲି ଏବଂ ସନ୍ଧ୍ୟାସୁଦ୍ଧାଆଉ କିଛି ଗେଟ ଖୋଲିବାର କାର୍ଯ୍ୟକ୍ରମ ଅଛିବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ବନ୍ୟା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ଏବଂ ବର୍ତ୍ତମାନ ସୁଦ୍ଧା କୌଣସିଠାରେ ବଡଧରଣର ଘାଇ ହୋଇନାହିଁ ବୋଲି ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତେବେ ଚଳିତ ବନ୍ୟା ଦ୍ଵାରା ମହାନଦୀ ଅବବାହିକାର କଣାସ ଓ ଗୋପ ଅଞ୍ଚଳ ଏବଂ ବୈତରଣୀର ବରୀ,ଦଶରଥପୁର ଓ ଭଦ୍ରକଠାରେ ଧାମନଗର ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ଅବଗତ କରିଥିଲେ । ପରିସ୍ଥିତି ଉପରେ ସତର୍କ ଦ୍ରୁଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

Share in top social networks!