ପିକେଡିଏର ପ୍ରବର୍ତ୍ତନ ଅଧିକାରୀ ଭାବେ ଶ୍ରୀ ଅଭିମନ୍ୟୁ ବେହେରାଙ୍କୁ ଅତିରିକ୍ତ ଦାୟିତ୍ଵ ଅର୍ପଣ

MAP-2ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୁପକ୍ଷର ପ୍ରବର୍ତ୍ତନ ଅଧିକାରୀ ଭାବେ ଶ୍ରୀ ଅଭିମନ୍ୟୁ ବେହେରା,ଓଏଏସ୍ ଙ୍କୁ ଅତିରିକ୍ତ ଦାୟିତ୍ଵ ରେ ରହିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସେ ସମ୍ପ୍ରତି ପୁରୀ ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ ତଥା ପ୍ରବର୍ତ୍ତନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ମାନ୍ୟବର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ,ନୂଆଦିଲ୍ଲୀଙ୍କ ଦ୍ଵାରା ସୁଭାଷ ଦତ୍ତ-ବନାମ-କେନ୍ଦ୍ର ସରକାରଙ୍କ ମାମଲାରେ ଦିଆଯାଇଥିବା ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଆଦେଶ ଦ୍ଵାରା ପୁରୀର ଉପକୂଳବର୍ତ୍ତୀ ନିୟନ୍ତ୍ରଣ ଅଞ୍ଚଳ ରେ ହୋଇଥିବା ଅନଧିକୃତ ମାମଲାଗୁଡିକୁ ତ୍ୱରାନ୍ୱିତ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

Share in top social networks!