ଅଗଷ୍ଟ୮ରେ ହେବ ଭିନ୍ନକ୍ଷମ ନିଯୁକ୍ତି ମେଳା

MAP-2ଭିନ୍ନକ୍ଷମ ପୁନର୍ବାସ ଓ ଥଇଥାନ କେନ୍ଦ୍ର,ପୋଖରୀପୁଟ ଠାରେ ଅଗଷ୍ଟ ୮ତାରିଖ ଦିନ ସକାଳ ୧୦ଟା ସମୟରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ୫୫୦ଜଣ ଭିନ୍ନକ୍ଷମ ପ୍ରାର୍ଥୀ ଓ ପ୍ରାର୍ଥିନୀ ଯୋଗଦାନ କରିବେ । ନିଯୁକ୍ତି ମେଳାରେ ଦେଶର ୧୨ଟି ଶିଳ୍ପ ସଂସ୍ଥାନ ଅଂଶଗ୍ରହଣ କରିବେ । ଏଥି ନିମନ୍ତେ ଅଗଷ୍ଟ ୭ତାରିଖ ଦିନ ‘କିଟ୍’ଥରେ ଭିନ୍ନକ୍ଷମ ନିର୍ଦ୍ଦେଶାଳୟ ଓ ସି.ଆଇ.ଆଇ ମଧ୍ୟରେ ଇଣ୍ଡଷ୍ଟ୍ରି ଇଣ୍ଟରଫେସ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଶିଳ୍ପ ସଂସ୍ଥାନଗୁଡିକ ସହିତ ନିଯୁକ୍ତି ସମ୍ପର୍କୀୟ ଆଲୋଚନା ହେବ । ଅଗଷ୍ଟ ୮ତାରିଖ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭିଆରସି କ୍ୟାମ୍ପସଠରେ ନିଯୁକ୍ତି ମେଳା ଚାଲିବ । ଏହି ନିଯୁକ୍ତି ମେଳାରେ ୧୨ଟି କମ୍ପାନୀ ପକ୍ଷରୁ ୧୮୧ଜଣ ପ୍ରାର୍ଥୀଙ୍କୁ ମନୋନୀତ କରାଯିବ ବୋଲି ଭିନ୍ନକ୍ଷମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଭୁତି ଭୂଷଣ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଗତବର୍ଷ ଏହି ଭିନ୍ନକ୍ଷମ ନିଯୁକ୍ତି ମେଳାରେ ୮୦୦ ଜଣ ପ୍ରାର୍ଥୀ ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ୮୦ଜଣ ବିଭିନ୍ନ ସଂସ୍ଥାନରେ ନିଯୁକ୍ତି ପାଇଥିଲେ । ଅଗଷ୍ଟ ୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳା ଭିନ୍ନକ୍ଷମ ନିର୍ଦ୍ଦେଶାଳୟ,ଭିଆରସି ଓ ସାର୍ଥକ ଏଜୁକେସନାଲ ଟ୍ରଷ୍ଟ,ନୂଆଦିଲ୍ଲୀର ମିଳିତ ସହଯୋଗରେ ଆୟୋଜନ କରାଯାଇଛି ।

Share in top social networks!