‘ବୀର-କଳିଙ୍ଗ’ର ୧୦ମ ସ୍ଵନକ୍ଷତ୍ର ଉତ୍ସବ

imagesସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟିକରି ଦେଶର ବିକାଶରେ ସଂବାଦପତ୍ର ସହାୟକ ହୋଇପଡ଼ିଛି ବୋଲି ‘ବୀର-କଳିଙ୍ଗ’ ର ୧୦ମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗଣତନ୍ତ୍ରକୁ ସୁଦୃଢ କରିବାକୁ ସଂବାଦପତ୍ର ଯେଉଁ ଭୂମିକା ଗ୍ରହଣ କରିବା କଥା,ତାହା ଯଥାସାଧ୍ୟ ତୁଲାଉଛନ୍ତି । ସତ୍ୟ,ନିରପେକ୍ଷ ତଥା ବାସ୍ତବଧର୍ମୀ ସଂବାଦପତ୍ର ପରିବେଷଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବା ସହିତ ନିଜର ଗୁରୁତ୍ଵ ସଂବାଦପତ୍ର ପ୍ରତିପାଦିତ କରିଛି । ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ ସହ ଏହାର ସମାଧାନର ସୂତ୍ର ଜନମତ ସଂଗ୍ରହ ମାଧ୍ୟମରେ ପ୍ରକାଶ କରି ସଂବାଦପତ୍ର ସମାଜର ହିତସାଧନ କରୁଛି । ରାଜ୍ୟର ସରକାରୀ ଯୋଜନା ରୂପାୟନରେ ସକ୍ରିୟ ଅଂଶ ରହଣ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିଆସିଛି । ବିଶେଷକରି ସାପ୍ତାହିକ ସମ୍ବାଦପତ୍ରଗୁଡ଼ିକ ସଂକ୍ଷିପ୍ତ, ସରଳ ଓ ଲୋକାଭିମୁଖୀ ସମ୍ବାଦ ପରିବେଷଣ ଉପରେ ଧ୍ୟାନ ଦେଇ ପାଠକୀୟ ସ୍ଵୀକୃତୀ ଲାଭ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ସମ୍ପାଦକ ଶ୍ରୀ ସରୋଜ କୁମାର ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ଓଡିଶା ରିଭ୍ୟୁ’ର ସମ୍ପାଦକ ଶ୍ରୀ ଲେଲିନ୍ ମହାନ୍ତି ସମ୍ବାଦପତ୍ରର ଆବଶ୍ୟକତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ଭୁବନେଶ୍ଵରର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୨ଜଣ ସାରସ୍ଵତ ସାଧକ,ଲେଖକ,ଗାଳ୍ପିକ,କବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମୁଖ ପତ୍ର “ବୀରକଳିଙ୍ଗ” ମୁଖ୍ୟ ଅତିଥି ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।

Share in top social networks!
Powered By Indic IME