ଶ୍ରୀକ୍ଷେତ୍ରରେ ପ୍ରବେଶସ୍ଥଳୀ ଅଠରନଳା ର ସୌନ୍ଦର୍ଯ୍ୟକରଣ ଓ ପଙ୍କଉଦ୍ଧାର କରାଯିବ –ପର୍ଯ୍ୟଟନ ମନ୍ତ୍ରୀ

untitled
ସଚିବାଳୟସ୍ଥ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଶ୍ରୀକ୍ଷେତ୍ରରେ ପ୍ରବେଶସ୍ଥଳୀ ଅଠରନଳା ର ସୌନ୍ଦର୍ଯ୍ୟକରଣ ଓ ପଙ୍କଉଦ୍ଧାର ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉକ୍ତ ବୈଠକରେ ଅଧ୍ୟକ୍ଷତା କରି କହିଲ ଯେ, ଅଠର ନଳାର ଦଳ ଓ ପଙ୍କ ନିଷ୍କାସନ ଉପରେ ଏଠାରେ ନୌବିହାର,ରଙ୍ଗମଞ୍ଚ ନିର୍ମାଣ,ପାର୍କିଂ ଓ ଚଲାରାସ୍ତାର ଉନ୍ନତିକରଣ ,ଆଲୋକିକରଣ ,ଲ୍ୟାଣ୍ଡ ସ୍କାର୍ପିଙ୍ଗ ଆଦି କାର୍ଯ୍ୟ ଯଥାଶୀଘ୍ର ସମାପନ କରାଯିବ । କେନ୍ଦ୍ରସରକାର ଅଠର ନଳାର ଉନ୍ନତି ନିମନ୍ତେ ୪୭୫.୩୬ ଲକ୍ଷ ଟଙ୍କା ମଞ୍ଜୁର କରି ୯୫.୦୭ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ଏ ଦିଗରେ ବିହିତ ପଦକ୍ଷେପ ନିମନ୍ତେ ମନ୍ତ୍ରୀ ଶ୍ରୀ ପଣ୍ଡା ଜିଲ୍ଲାପାଳ ଶ୍ରୀ ଧୀରେନ ପଟ୍ଟନାୟକଙ୍କୁ ସରଜମିନ୍ ତଦନ୍ତ କରି ଜମି ସମ୍ପର୍କରେ ସବିଶେଷ ବିବରଣୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ପୁରୀ ବିଧାୟକ ତଥା ଅଧ୍ୟକ୍ଷ ନବକଳେବର କମିଟି ଶ୍ରୀ ମହେଶ୍ଵର ମହାନ୍ତି, ପର୍ଯ୍ୟଟନ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢୀ ,ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ପଟ୍ଟନାୟକ,କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧିକ୍ଷକ ଡକ୍ଟର ଭୁବନ ବିକ୍ରମ,ପୁରୀ ପୌରସଂସ୍ଥା ଇନଫୋର୍ସମେଣ୍ଟ ଅଫିସର,ଶ୍ରୀ ବି.ବସ୍ତିଆ ଡ୍ରେନେଜ୍ ମୁଖ୍ୟଜନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!