ଦେଶର ଏକ ନମ୍ବର ରାଜ୍ୟ ହେବାର ସାମର୍ଥ ଓଡିଶା ନିକଟରେ ରହିଛି-ଧର୍ମେନ୍ଦ୍ର ପ୍ରଧାନ

unnamed
ଓଡିଶା ଆଜି ଗରିବ ରାଜ୍ୟ ହୋଇପାରେ,ହେଲେ ଓଡ଼ିଶାକୁ ପ୍ରଗତି ପଥରେ ଅଗ୍ରସର ହେବାର ସମୟ ଆସି ଯାଇଛି । ରାଜ୍ୟର ଏତିକି ସାମର୍ଥ ରହିଛି ଯେ ଓଡିଶା କ୍ଷିପ୍ର ଗତିରେ ବିକାଶ କରି ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ । ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ବିଦ୍ୟଳୟରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । କେବଳ ସରାକରଙ୍କ ଦ୍ଵାରା ନୁହେଁ ବରଂ ସମ୍ମିଳିତ ଉଦ୍ୟମ ଓ ଲୋକମାନଙ୍କର କଠିନ ପରିଶ୍ରମ ଫଳରେ ରାଜ୍ୟ ପ୍ରଗତି ଶୀର୍ଷକୁ ପହଞ୍ଚିପାରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଛାତ୍ରଛାତ୍ରୀ ମାନେ ରାଜ୍ୟ ତଥା ଦେଶର ଅବସ୍ଥାକୁଦେଖି ଏହାକୁ ଆହ୍ଵାନ ରୂପେ ନେଇ କାର୍ଯ୍ୟ କରିବାର ସମୟ ଆସି ଯାଇଛି । ଛାତ୍ରଛାତ୍ରୀମାନେ ଦେଶର ଗରିବ ଜନସାଧାରଣଙ୍କର ଉନ୍ନତି ପାଇଁ ଓ ଯେଉଁମାନେ ବିକାଶ ପ୍ରକ୍ରିୟାରେ ପଛରେ ରହିଯାଇଛନ୍ତି ସେମାନଙ୍କୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବକୁ ଆହ୍ଵାନ ଦେଇଛନ୍ତି । ଓଡିଶାରେ ଥିବା ସମ୍ବଳ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ରାଜ୍ୟ ନିକଟରେ ବିସ୍ତିର୍ଣ୍ଣ ଉପକୂଳରେଖା , ପ୍ରାକୃତିକ ସମ୍ପଦ ଭରପୁର ରହିଛି । ତେଣୁ ଏହି ସମ୍ବଳ ଆଧାରରେ ଓଡିଶା ଏକ ନମ୍ବର ରାଜ୍ୟରେ ପରିଣତ ହୋଇପାରିବ ବୋଲି ସେ କହିଛନ୍ତି ।

Share in top social networks!