ସୋର ଏନ୍.ଏ.ସି ର ୫ଟି ରାସ୍ତା ପୂର୍ତ୍ତ ବିଭାଗ ଅଧୀନକୁ ଗଲା

MAP-11ବାଲେଶ୍ଵର ଜିଲ୍ଲା ସୋର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ୫ଟି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ଡିଏଲସି ବୈଠକ ଦ୍ଵାରା ସୁପାରିଶ ହୋଇଥିବା ବାଲେଶ୍ଵର ଜିଲ୍ଲାପାଳଙ୍କ ଚିଠି ପାଇବା ପରେ ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ଏହି ରାସ୍ତାଗୁଡିକୁ ପୂର୍ତ୍ତ ବିଭାଗ ଖାତାକୁ ଯାଇଛି । ରାସ୍ତାଗୁଡିକ ହେଲା ୧-୫ନମ୍ବର ଜାତୀୟ ରାଜପଥରୁ କଲେଜ ଛକ ଭାୟା ଇଟୁଆ ମୂଳେଶ୍ଵର,କାଜିମହଲା ଏବଂ ଲିଙ୍ଗପଡା -୭କିମି ୨-ପିଡବ୍ଲ୍ୟୁଡି ରାସ୍ତାରୁ କ୍ଷୀରକୋଣୀ,ଭାୟା ମେଘମାଧବ,ଚକବରାହପୁର,ମଧୂସୁଦନପୁର,ଏକସାୟା -୭କିମି,୩-ଜାତୀୟ ରାଜପଥ ୫ରୁ ଈଶ୍ଵରପୁର ଭାୟା ବଡଖୁରୀ -୬କିମି,୪-ପିଡବ୍ଲ୍ୟୁଡି ରାସ୍ତାରୁ ତରତୁଆ ଭୟା ଖରୀଡ଼ା-୬କିମି ଏବଂ ୫-ଚଉକମରା ରୋଡ ଠାରୁ ତୁଣ୍ଡାପଡା ଭାୟା ଗୋପୀନାଥପୁର -୬କିମି । ଏସମ୍ପର୍କୀୟ ଏକପତ୍ର ଗୃହ ଓ ନଗର ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ଅଗଷ୍ଟ ୧ତାରିଖରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଲେଖାଯାଇଛି ।

Share in top social networks!