ଏସଟି,ଏସସି ବାଳିକା ହଷ୍ଟେଲ ପାଇଁ ତିନି ହଜାର ମହିଳା ପରିଚାଳିକା ନିୟୋଜିତ ହେବେ

MAP-8ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବାଳିକା ହଷ୍ଟେଲ ଗୁଡିକରେ ୩ହଜାର ମହିଳା ପରିଚାଳିକାଙ୍କୁ ନିୟୋଜିତ କରାଯିବ । ଏହି ପଦବୀ ସୃଷ୍ଟି କରିବା ନିମନ୍ତେ ଅର୍ଥବିଭାଗ ସ୍ଵିକୃତୀ ପ୍ରଦାନ କରିଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷଠାରୁ ସାର ରାଜ୍ୟରେ ଥିବା ବିଭାଗୀୟ ବାଳିକା ହଷ୍ଟେଲରେ ଏହି ମହିଳା ପରିଚାଳିକାମାନେ ମାସିକ ୭ହଜାର ୫୦୦ଟଙ୍କା ବେତନରେ କାର୍ଯ୍ୟ କରିବେ । ମହିଳା ପରିଚାଲିକା ମାନଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲରେ ଅଗ୍ରାଧିକାର ଭିତ୍ତିରେ ମହିଳା ପରିଚାଳିକାମାନଙ୍କୁ ନିୟୋଜିତ କରାଯିବ । ଉଚ୍ଚଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କର ସୁରକ୍ଷା ତଥା ଦେଖାଶୁଣା କରିବା ନିମନ୍ତେ ମହିଳା ପରିଚାଳିକା ମାନଙ୍କୁ ନିୟୋଜିତ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି,ଜିଲ୍ଲାୱାରି ମହିଳା ପରିଚାଳିକା ମାନଙ୍କୁ ମନୋନୟନ ଓ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧୀୟ ଗାଇଡଲାଇନ ମଧ୍ୟ ଏସସି ଓ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

Share in top social networks!
Powered By Indic IME