ଦେବାଶିଷ ପାଇଲେ ଏକଲବ୍ୟ; ପ୍ରମିଳା, ଶ୍ରାବଣୀଙ୍କୁ ସମ୍ମାନ

ଓଡିଶାର ସର୍ବ କନିଷ୍ଠ ଆନ୍ତର୍ଜାତୀୟ ମାଷ୍ଟର ଦେବାଶିଷ ଦାସଙ୍କୁ ରାଜ୍ୟ କ୍ରୀଡା ଜଗତ ର ଅନ୍ୟତମ ବଡ ପୁରସ୍କାର ‘ଏକ ଲବ୍ୟ ପୁରସ୍କାର ମିଳିଛି। ଏବେ ମୁଁ କଠିନ ପରିଶ୍ରମ କରୁଛି | ୬ ମାସ ଭିତ୍ତରେ ଜିଏମ୍ ହେବି ବୋଲି ଦୃଢ ଆଶା ରଖିଛି | ବୁଧବାର ରାଜ୍ୟ କ୍ରୀଡା ଜଗତ ର ଅନ୍ୟତମ ବଡ ପୁରସ୍କାର ‘ଏକ ଲବ୍ୟ ପୁରସ୍କାର ’ ପାଇବା ଅବସରରେ ଓଡିଶାର ସର୍ବ କନିଷ୍ଠ ଆନ୍ତର୍ଜାତୀୟ ମାଷ୍ଟର ଦେବାଶିଷ ଦାସ ଏହା କହିଛନ୍ତି |

ଜାତୀୟ ଓ ଆନ୍ତର୍ଜାତୀୟ ସଫଳତା ଦେଖିଲେ ରାଜ୍ୟ ଚେସ ର ଅନ୍ୟତମ ଉଜ୍ଵଳ ପ୍ରତିଭା ଦେବାଶିଷ ସାମାନ୍ୟ ବିଳମ୍ବରେ ଏହି ପୁରସ୍କାର ପାଇଛନ୍ତି ବୋଲି କୁହାଯାଇପାରେ | ତଥାପି ଏକଲବ୍ୟ ପୁରସ୍କାର ତାଙ୍କ ଜିଏମ୍ ଲକ୍ଷ୍ୟ ପୂରଣ ରେ ନିଶ୍ଚିତ ଭାବେ ପ୍ରେରଣା ଦାୟକ ହେବ ବୋଲି ଆଶା କରାଯାଉଛି | ଦେବାଶିଷ ମଧ୍ୟ ବୁଧବାର ସନ୍ଧ୍ୟାରେ ଏହି ଭାବନା ବ୍ୟକ୍ତ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୧୦ରେ ଏକଲବ୍ୟ ପୁରସ୍କାର ପାଇବି ବୋଲି ଆଶା ରହିଥିଲି | ହେଲେ ସମ୍ବର୍ଦ୍ଧନା ରେ ସନ୍ତୁଷ୍ଟ ରହିଥିଲି | ଏ ବର୍ଷ ଏହି ସମ୍ମାନ ଜନକ ପୁରସ୍କାର ପାଇ ମୁଁ ବେଶ୍ ଖୁସି | ଏକଲବ୍ୟ ପୁରସ୍କାର ମତେ ଆଗକୁ ବଢିବାକୁ ନିଶ୍ଚିତ ଭାବେ ସହାୟକ ହେବ | ଦେବାଶିଷ ଗୋଟିଏ ଜିଏମ୍ ନର୍ମ ପାଇ ସାରିଛନ୍ତି | ଆଉ ଦୁଇଟି ନର୍ମ ସହ ୨୫୦୦ ରେଟିଂ ପଏଣ୍ଟ ଛୁଇଁଲେ ସେ ଜିଏମ୍ ହେବେ | ଦେବାଶିଷଙ୍କ ସହ ବୁଧବାର ଭାରତ୍ତୋଳନ ତାରକା ପ୍ରମିଳା କିର୍ଷାନୀ ଓ ଆଥଲେଟ୍ ଶ୍ରାବଣୀ ନନ୍ଦ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା | ଦେବାଶିଷ ୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ସହ ପ୍ରଶସ୍ତି ପତ୍ର ପାଇଥିଲା ବେଳେ ପ୍ରମିଳା ଓ ଶ୍ରାବଣୀ ୫୦ ହଜାର ଟଙ୍କା ସହ ପ୍ରଶସ୍ତିପତ୍ର ପାଇଥିଲେ |

debasisihdashପ୍ରମିଳା ଓ ଦେବାଶିଷ ବ୍ୟକ୍ତିଗତ ଭାବେ ସେମାନଙ୍କ ପୁରସ୍କାର ନେଇଥିଲେ | ଅନ୍ୟ ପକ୍ଷରେ ଶ୍ରାବଣୀ ଅନୁପସ୍ଥିତ ଥିବାରୁ ତାଙ୍କ ବାପା ପୁରସ୍କାର ଗ୍ରହଣ କରିଥିଲେ | ବାଚସ୍ପତି ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ | ଆଇଏଏସ୍ ୟୁ କେ ବେହେରା, ପୁରସ୍କାର କମିଟିର ଜୁରି ମେମ୍ବର ମକବୁଲ ଅଲ୍ଲୀ ଓ ସାଂସଦ ବୈଜୟନ୍ତ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ | ଇମ୍ପାକ୍ଟ ତରଫରୁ ସଂଜୀବ ଦାସ ବୁଧବାର ସଭାରେ ସଭାପତିତ୍ଵ କରିଥିଲେ |ଏକ ନିଆରା ଓ ମୋନୋବଳ ବୃଦ୍ଧିକାରୀ ପଦକ୍ଷେପ ଭାବେ ବୁଧବାର ଏସିଆନ୍ ସ୍କୁଲ୍ ଚେସର ସ୍ଵର୍ଣ ପଦକ ବିଜୟନୀ ସାଇନା ସଲୋନିକା ଙ୍କୁ ମଧ୍ୟ ଇମ୍ପାକ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା |

Share in top social networks!