ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଋଣ ରାଜିନାମା ସ୍ଵାକ୍ଷରିତ

31-7-2014=2
ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଓଡିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଓ ଭୁବନେଶ୍ଵର ମହାନଗର ନିଗମ ,ଓଡିଶା ଜଳଯୋଗାଣ ଓ ସ୍ଵେରେଜ୍ ବୋର୍ଡ ମଧ୍ୟରେ ରୁଣ ରାଜିନାମା ସ୍ଵାକ୍ଷରିତ ହୋଇଛି । ବିଭାଗୀୟ ଶାସନ ସଚିବ ଶ୍ରୀ ଡି.କେ ସିଂହଙ୍କ ଉପସ୍ଥିତିରେ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଶିଶିର ରଥ ,ବି.ଏମ୍.ସି ର କମିଶନର ଡକ୍ଟର କ୍ରୀଷନ୍ କୁମାର ଓ O.W.S.S.B ର ମୁଖ୍ୟଜନ୍ତ୍ରୀ ଶ୍ରୀ ଏମ୍ ଆର ଦାଶ ଏହି ରାଜିନାମାରେ ସ୍ଵାକ୍ଷର କରିଥିଲେ । ଓଡିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଜରିଆରେ ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ୍ ଅଞ୍ଚଳରେ ଗାଡକଣଠାରେ ୧କୋଟି୧୮ଲକ୍ଷ ଟଙ୍କା ବିନିଯୋଗରେ ଆଧୁନିକ କଂସେଇ ଖଣା,ଓଡିଶା ଜଳଯୋଗାଣ ଓ ସ୍ଵରେଜ ବୋର୍ଡ ଦ୍ଵାରା ସମ୍ବଲପୁର ଓ ରାଉରକେଲା ଠାରେ ବିସ୍ତୃତ ସ୍ଵେରେଜ୍ ବ୍ୟବସ୍ଥା ପାଇଁ ୩୦କୋଟି ଟଙ୍କା ଲେଖାଏଁ ମୋଟ ୬୧କୋଟି୧୮ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଭୁବନେଶ୍ଵର ଗଡକଣା ଠାରେ ଆଧୁନିକ କଂସେଇ ଖାନା ପାଇଁ ଓ.ୟୁ.ଆଇ.ଡି.ଏଫ୍ ୨କୋଟି୮୩ଲକ୍ଷ ଟଙ୍କା ଋଣ ଓ ୨କୋଟି ୯୩ଲକ୍ଷ ଅନୁଦାନ ଓ ବିଏମସି ୬୪ଲକ୍ଷ ଟଙ୍କା ବିନିଯୋଗ କରିବ । ସମ୍ବଲପୁରଠାରେ ହେବାକୁ ଥିବା ଟ୍ରିଟମେଣ୍ଟ ସୁବିଧାସହ ସ୍ଵେରେଜ ବ୍ୟବସ୍ଥା ପାଇଁ ୩୭୫କୋଟି୯୭ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ଓ.ୟୁ.ଆଇ.ଡି.ଏଫ୍ ୪୦କୋଟି ଟଙ୍କା ଋଣ,୨୯୮.୩୭କୋଟି ଟଙ୍କା ଋଣ ଓ O.W.S.S.B ୩୭କୋଟି ୬୦ ଲକ୍ଷ ଟଙ୍କା ଯୋଗାଇଦେବ । ସେହିପରି ରାଉଳକେଲା ଠାରେ ଅନୁରୂପ ପ୍ରକଳ୍ପ ପାଇଁ ୪୮୮କୋଟି୫୦ଲକ୍ଷ ଟଙ୍କା ବ୍ୟୟ ହେବ ଯେଉଁଥିରେ ଓ.ୟୁ.ଆଇ.ଡି.ଏଫ୍ ୪୦କୋଟି ଟଙ୍କା ଋଣ,O.W.S.S.B ୪୮ କୋଟି ୮୫ ଲକ୍ଷ ଟଙ୍କା ଯୋଗାଇଦେବ ।

Share in top social networks!