ଟଙ୍କିକିଆ ଚାଉଳ ପରିଯୋଜନାରୁ ୬୭କୋଟି ବ୍ୟୟ ବରାଦ

odisha-map18କେନ୍ଦ୍ରସରକାରଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ରାଜ୍ୟର ୧୯ଟି ଜିଲ୍ଲା ଯଥା-ବଲାଙ୍ଗୀର,ବୌଦ୍ଧ,ଦେବଗଡ,ଢେଙ୍କାନାଳ,ଗଜପତି,ଗଞ୍ଜାମ,ଝାରସୁଗୁଡା,କଳାହାଣ୍ଡି ,କନ୍ଧମାଳ, କେଉଁଝର, କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ନୂଆପଡା,ରାୟଗଡା,ସମ୍ବଲପୁର,ସୋନପୁର ଓ ସୁନ୍ଦରଗଡର ୬ଲକ୍ଷ ୨୩ହଜାର ୫୨୮ଟି ଗରିବ ଓ ପୁର୍ବ୍ଚିହନତ ପ୍ରକ୍ରିୟାରୁ ବାଦପଡିଥିବା ( ପି.ଏଲ୍.ଓ –Poor and Left out) ପରିବାରଙ୍କୁ ଜୁନ ୨୦୧୪ ପର୍ଯ୍ୟନ୍ତ ମାସିକ ୨୫କିଗ୍ରା ହାରାରେ ଚାଉଳ କିଲୋପ୍ରତି ୧ ଟଙ୍କା ଦରରେ ବଣ୍ଟାଯାଇଥିଲା । ତେବେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ହେବ ପରେ ଏହି ଯୋଜନା ବନ୍ଦ ହେବାକୁ ଥିବାରୁ କେନ୍ଦ୍ର ସରକାର ବର୍ତ୍ତମାନ ଅତିରିକ୍ତ ହିତାଧିକାରୀ ଚାଉଳ ଆବଣ୍ଟନ କରିଛନ୍ତି ଯାହାକୁ ରାଜ୍ୟ ସରକାର ଚଳିତ ଅଗଷ୍ଟରୁ ୨୦୧୫ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପରିବାର ପିଛା ୧ ଟଙ୍କା ଦରରେ ୨୫କେଜି ଚାଉଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ୬ଲକ୍ଷ୨୩ହଜାର ୫୨୮ଟି ପରିବାରଙ୍କୁ ମାସକୁ ୨୫କେଜି ଚାଉଳ ଆବଣ୍ଟନ କରାଗଲେ ମାସିକ ଆବଶ୍ୟକତା ୧୫,୫୮୮.୨୦୦ ମେଟ୍ରିକ ଟନ୍ ହିସାବରେ ଆସନ୍ତା ୮ ମାସ ପାଇଁ ଏହା ୧,୨୪,୭୦୫.୬ ମେଟ୍ରିକ ଟନ୍ ଦରକାର ପଡିବ । ର୍ଜ୍ୟ ସରକାର କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦେଉଥିବା ଚାଉଳ କେଜି ପିଛା ଟ.୬.୪୩/-ରେ କିଣିଥାନ୍ତି । ଟ.୫.୪୩/- କ୍ଷତି ସାହି କେଜି ପିଛା ୧ ତାଙ୍କ ଦରରେ ହିତାଧିକାରୀମାନଙ୍କୁ ଯୋଗାଇଦେଇଥାନ୍ତି । ଏହି ପରିମିତ ରାଶି ଟଙ୍କିକିଆ ଚାଉଳ ଯୋଜନାରୁ ବହନ କରାଯିବ ବୋଲି ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!