ସ୍ୱଳ୍ପ ସଞ୍ଚୟ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରାକରଙ୍କ ବହୁବିଧ ପଦକ୍ଷେପ

MAP-15
ସ୍ୱଳ୍ପ ସଞ୍ଚୟ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବହୁବିଧ ପଦକ୍ଷେପ ନିଆଯାଉଛି । ବିଭିନ୍ନ ଓଡିଆ ଓ ଇଂରାଜୀ ସମ୍ବାଦପତ୍ର ମାନଙ୍କରେ ଏ ସମ୍ବନ୍ଧୀୟ ବିଜ୍ଞାପନ ଦିଆଯିବ ସଙ୍ଗେ ସଙ୍ଗେ କେତେଗୁଡିଏ ସରକାରୀ ବସ୍ ପଛରେ ବିଜ୍ଞାପନ ଅଙ୍କନ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇଂରାଜୀ ଓ ଓଡିଶା ପ୍ରଚାରପତ୍ର ମୁଦ୍ରଣ କରି ସ୍ୱଳ୍ପ ସଞ୍ଚୟ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଜନସାଧାରଣ ଓ ଏଜେଣ୍ଟମାନଙ୍କୁ ବିତରଣ କରାଯାଉଛି । ବିଗତ ଆର୍ଥିକ ବର୍ଷରେ ଏହି ବିବାଦକୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଳ୍ପ ସଞ୍ଚୟ ପ୍ରତି ଅକୃଷ୍ଟ କରିବା ପାଇଁ ପିଲାମାନଙ୍କ ନାମରେ ଡାକଘର ପାସବହି ଖୋଲିବା ପାଇଁ ସ୍କୁଲ ଅଧିକାରୀମାନଙ୍କ ଜରିଆରେ ଉତ୍ସାହିତ କରାଯାଉଛି । ସରକାରୀ କର୍ମଚାରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲାପାଳମାନେ ତାଙ୍କ ଜିଲ୍ଲାରେ ଅବସ୍ଥାପିତ ପ୍ରତ୍ୟେକ ଅଫିସର ମାନଙ୍କ ବାର୍ଷିକ ଲକ୍ଷ୍ୟ ନିର୍ଦ୍ଧାରଣ କରି ତା’ର ସମୀକ୍ଷା କରନ୍ତି । ସ୍ୱଳ୍ପ ସବଚୟ ବିଭାଗୀୟ ଅଧିକାରୀ ତଥା ଏଜେଣ୍ଟମାନଙ୍କ ଦ୍ଵାରା ସରକାରୀ କର୍ମଚାରୀଙ୍କ ଅବସରକାଳୀନ ପାଉଣାରୁ ସଞ୍ଚୟ,ଦରଦାମରୁ ମାସିକ ସଞ୍ଚୟ ତଥା ଆୟକର ଦାତାମାନଙ୍କଠାରୁ ଆୟକର ରିହାତି ମିଳୁଥିବା ଯୋଜନାଗୁଡିକରେ ସଞ୍ଚୟ ସଂଗ୍ରହ କରାଯାଉଛି । ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ରାଜ୍ୟ ସରାକରଙ୍କ ଦ୍ଵାରା ଗ୍ରହଣ କରାଯାଇଛି । ଏହି ସ୍ୱଳ୍ପ ସଞ୍ଚୟ ଲଟେରୀ କୁପନ ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳୁଛି । ଏହି ଲଟେରୀ କୁପନଧାରୀ ମାନଙ୍କ ମଧ୍ୟରେ ଭାଗ୍ୟଶାଳୀ ବିଜେତା ଚୟନ କରାଯାଇ ୫ଲକ୍ଷ,୩ଲକ୍ଷ,୧ଲକ୍ଷ,୫୦ହଜାର,୧୦ହଜାର ଓ ୫ହଜାର ଟଙ୍କାର ବିଭିନ୍ନ ପୁରସ୍କାର ମାନ ଦିଆଯାଉଛି ।

Share in top social networks!