ରବୀନ୍ଦ୍ର ମଣ୍ଡପରେ ଶ୍ରୀଜଗନ୍ନାଥାୟନ : କାଳିଆ ଠାକୁରଙ୍କ ଷୋଳକଳା ବର୍ଣ୍ଣନା

odisha-map8
ସଂସ୍କୃତି ବିଭାଗ ଆନୁକୁଲ୍ୟରେ ମାସର ଶେଷ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମ ଦ୍ଵାରା ବହୁ ସଂଖ୍ୟାରେ ଭକ୍ତ ଉଦବୁଦ୍ଧ ହୋଇଥାନ୍ତି । ଏହି ସମର୍ପିତ ସନ୍ଧ୍ୟାରେ ଭକ୍ତି ସଙ୍ଗୀତ ଗାନ କରିଥିଲେ ମାଧବ ଜେନା । ପରେ ଭକ୍ତି ସୁମନ ଅର୍ପଣ କରିଥିଲେ ଦେବେନ୍ଦ୍ର ନାଥ ଦାଶ । କାଳିଆ ଠାକୁରଙ୍କ ଷୋଳ କଳା ବିଷୟରେ ଶ୍ରୋତାଙ୍କୁ ଜଣାଇ ମୁଗ୍ଧ କରାଇଥିଲେ । ପରେ ବାଲେଶ୍ଵରର ନବଜ୍ୟୋତି କଳାବିକାଶ ପରିଷଦର କଳାକାର ବୃନ୍ଦ ‘ନୀଳମାଧବ’ନାଟକ ପରିବେଷଣ କରିଥିଲେ । ନିର୍ଦ୍ଦେଶନା ଦେଇଥିଲେ ସୁରେନ୍ଦ୍ର ପରିଡା । ଏହି ଅବସରରେ କୃଷ୍ଣ କେଶବ ଷଡଙ୍ଗୀ ଓ ନକୁଳ ମଲ୍ଲିକ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ ।

Share in top social networks!