ନୂତନ ଜିଲ୍ଲାଗୁଡିକରେ ସ୍ଵତନ୍ତ୍ର କେନ୍ଦ୍ର ସମବାୟ ବ୍ୟାଙ୍କ ଖୋଲାଯିବା ନିମନ୍ତେ ପଦକ୍ଷେପ

MAP-9
ରାଜ୍ୟରେ ଜିଲ୍ଲା ପୁନର୍ଗଠନ ହେଲାପରେ ନୂତନ କରି ସୃଷ୍ଟି ହୋଇଥିବା ଜିଲ୍ଲାଗୁଡିକରେ ସ୍ଵତନ୍ତ୍ର ସମବାୟ ବ୍ୟଙ୍କ ଖୋଲାଯିବା ନିମନ୍ତେ ବ୍ୟାଙ୍କ ନିୟନ୍ତ୍ରଣ ଆଇନ ୧୯୪୯ ର ୨୨ଧାରା ଅନୁସାରେ ନୂତନ କେନ୍ଦ୍ର ସମବାୟ ବ୍ୟାଙ୍କ ଖୋଲାଯିବା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଇସେନ୍ସ ପ୍ରଦାନ କରିଥାନ୍ତି । ଏଥିପାଇଁ ଚାଷୀମାନଙ୍କର ସୁବିଧା ନିମନ୍ତେ କେନ୍ଦ୍ର ସମବାୟ ବ୍ୟାଙ୍କ ଖୋଲିବାକୁ ବ୍ୟବହାର୍ଯ୍ୟତା ଓ ସମ୍ଭାବନା ରିପୋର୍ଟ ପ୍ରସ୍ତୁତ କରାଯାଉଛି ଏବଂ ଯଥାର୍ଥତା ପ୍ରତିପାଦନ ପୂର୍ବକ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଲାଇସେନ୍ସ ଦେବା ନିମନ୍ତ୍ରେ ଅନୁରୋଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସମବାୟ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!