ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ୮ଟି ଜିଲ୍ଲାରେ ୮ଟି ମଡେଲ୍ କଲେଜ

Odishan-MAP-7
ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଜିଲ୍ଲାମାନଙ୍କରେ ଶିକ୍ଷାର ବିକାଶ ନିମନ୍ତେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାରେ ରାଜ୍ୟ ସରକାର ୮ଟି ନୂତନ ମଡେଲ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ବୌଦ୍ଧ,ଦେବଗଡ,ମାଲକାନାଗିରି,ନୟାଗଡ,ନବରଙ୍ଗପୁର,ନୂଆପଡା,ରାୟଗଡା ଓ ସୋନପୁର ଆଦି ୮ଟି ଜିଲ୍ଲାରେ ମଡେଲ କଲେଜ ଖୋଲିବାକୁ ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କ ନିକଟରେ ବିଧିବଦ୍ଧ ପ୍ରସ୍ତାବ ଉପସ୍ଥାପନ କରାଯିବ । ଏଥିନିମନ୍ତେ କେନ୍ଦ୍ର ସରକାର ୧୦୦କୋଟି ଟଙ୍କା ପ୍ରଦାନ କରିବେ । ପ୍ରତ୍ୟେକ କଲେଜର ଭିତ୍ତିଭୂମିର ବିକାଶ ସହ ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ୧୨କୋଟି ଟଙ୍କା ଯୋଗାଇ ଦିଆଯିବ । ର୍ଜ୍ୟ ସରକାର ମଡେଲ କଲେଜର କ୍ୟାମ୍ପସ ପାଇଁ ୧୦ଏକର ଜମି ଯୋଗାଇଦେବାର ପ୍ରସ୍ତାବ ରହିଛି ।

Share in top social networks!