ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୃଷି ମନ୍ତ୍ରୀ ଓ କୃଷି ବିଶ୍ୱବିଦ୍ୟାଳୟ କୁଳପତି ଓ ୟୁଏଟିର ଗବେଷଣା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

MAP-2
ଚଳିତ ବର୍ଷ ସର୍ବାଧିକ ଫେଲୋସିପ ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଜାତୀୟ ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ର୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଆଜି କୃଷି ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଓ ୟୁଏଟିର କୁଳପତି ପ୍ରଫେସର ମନୋରଞ୍ଜନ କର ସଚିବାଳୟ ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୟୁଏଟିର ଏହି ସଫଳତା ଓ ପୁରସ୍କାର ସଂପର୍କରେ ଅବଗତ କରାଇଥିଲେ । କୃଷି ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କର ଭୂୟସୀ ପ୍ରଶଂସା କୃ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ସେମାନେ ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି । କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଓୟୁଏଟି ଓ ଏହାର ଛାତ୍ରଛାତ୍ରୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟଯେ ଭାରତୀୟ କୃଷି ଗବେଷଣା କାଉନସିଲ ଦ୍ଵାରା ପରିଚାଳିତ ଭାରତୀୟ ପ୍ରବେଶିକା ପରୀକ୍ଷାର OUAT ର ଛାତ୍ରଛାତ୍ରୀ ମାନେ ସର୍ବାଧିକ ୩୭ଟି ଫେଲୋସିପ ପାଇ ରେକର୍ଡ କରିଛନ୍ତି । ଏଥିପାଇଁ ଓୟୁଏଟିକୁ TRF AWARD ପ୍ରଦାନ କରାଯାଇଛି । ଏହାଦେଶର ୭୦ଟି କୃଷି ବିଦ୍ୟାଳୟ ଓ ୬୦୦ କୃଷି କଲେଜ ମଧ୍ୟରେ ସର୍ବାଧିକ ଏକ କାଳୀନ ଫେଲୋସିପ । ଗତ ୨୯ତାରିଖରେପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଥିପାଇଁ ପ୍ରତ୍ୟେକ ଛାତ୍ର ପାଇଁ ବିଶ୍ୱବିଦ୍ୟାଳୟକୁ ୨ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୮୦୦୦ ଟଙ୍କା ଫେଲୋସିପ ଓ ୬୦୦ ଟଙ୍କା କଣ୍ଟିଜେନସି ଅର୍ଥ ମିଳିବ ।

Share in top social networks!