ରାଜ୍ୟରେ ବନୀକରଣର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ ଓ ଉଦ୍ୟମ ଲୋଡା –ମନ୍ତ୍ରୀ ଶ୍ରୀ ଆରୁଖ

52180ରାଜ୍ୟରେ ବନୀକରଣର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ ଓ ଉଦ୍ୟମ ଲୋଡା ଗତବର୍ଷ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୫କୋଟି ୩୪ଲକ୍ଷ ଚାରା ରୋପଣ କରଯାଇଥିଲା । ଏଥର ବିଭାଗ ପକ୍ଷରୁ ୧୨ କୋଟି ୫୦ଲକ୍ଷ ଚାରା ରୋପଣ କରାଯିବ ବୋଲି ସ୍ଥିର ହୋଇଛି । ସେହିଭଳି ୨୭ହଜାର ୨୦୨ହେକ୍ଟର ଜମିରେ ବ୍ଲକ ପ୍ଳାଣ୍ଟେସନ ଓ ୪୯ହଜାର ୧୯୬ହେକ୍ଟର ଜମିରେ ଗ୍ୟାପ ପ୍ଳାଣ୍ଟେସନ ପାଇଁ ଚଳିତ ବର୍ଷ ଲକ୍ଷ୍ୟ ରଖାଯାଇଛି । ୫ହଜାର ୧୫କିଲୋମିଟର ରାସ୍ତାପାର୍ଶ୍ଵ ବନୀକରଣ ପାଇଁ ମଧ୍ୟ ସ୍ଥିର ହୋଇଛି । ରାଜ୍ୟର ବିଭିନ୍ନ ସହରରେ ୧୬ଲକ୍ଷ ୫୩ହଜାର ଗଛ ଲଗାଇବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଏହାଏକ ବୃହତ ଲକ୍ଷ୍ୟ ଓ ଏହାକୁ ସାକାର କରିବା ପାଇଁ ସମସ୍ତଙ୍କ ଉଦ୍ୟମ ଓ ସହଯୋଗ ଲୋଡା ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି । ସଚିବାଳୟସ୍ଥ ସମ୍ମିଳନୀ କକ୍ଷରେ ଆଜି ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ,ବ୍ୟାପକ ଜନସଚେତନତା ଜାଗ୍ରତ କରାଇଲେ ହିଁ ବନୀକରଣର ବାସ୍ତବିକ ଉଦ୍ଦେଶ୍ୟ ସାଧିତ ହୋଇପାରିବ । ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର.କେ. ଶର୍ମା,ପ୍ରମୁଖ ବନ ସଂରକ୍ଷକ ଶ୍ରୀ ଜେ.ଡି.ଶର୍ମା ଓ ଏଫଏସଡିପିର ମୁଖ୍ୟ ବିନୋଦ କୁମାର,ମୁଖ୍ୟ ବନ ସଂରକ୍ଷକ ଶ୍ରୀ ବି.ପି.ସିଂହ,ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଏସ୍.ଶ୍ରିବାସ୍ତବ ଓ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ଓ ସଫଳତା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

Share in top social networks!
Powered By Indic IME