ମୁଖ୍ୟ ସାଶନ ପଦରେ ଗୋକୁଳ ପତି ଆଜି ପାଇବ ନିଯୁକ୍ତି

untitledରାଜ୍ୟର ସବୁଠାରୁ ବରିଷ୍ଠ ଆଇଏଏସ୍ ଅଫିସର ଗୋକୁଳ ଚନ୍ଦ୍ର ପତି ଅଗଷ୍ଟ ପହିଲା ଦିନ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବେ । ମୁଖ୍ୟଶାସନ ସଚିବ ପଦରେ ୧୯୭୮ବ୍ୟାଚର ଏହି ବରିଷ୍ଠ ଆଇଏଏସ୍ ଅଫିସରଙ୍କ ନିଯୁକ୍ତି ନେଇ ଆସନ୍ତା କାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଗତକାଲି କେନ୍ଦ୍ର ସରକାର ଶ୍ରୀ ପତିଙ୍କୁ ଓଡିଶା ଫେରିବା ଲାଗି ସମ୍ମତି ଦେବା ସହ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶ୍ରୀ ପତିଙ୍କୁ ଓଡ଼ିଶାକୁ ଫେରାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । ୧୯୭୯ ବ୍ୟାଚ ଆଇଏଏସ ଯୁଗଳ କିଶୋର ମହାପାତ୍ର ପିଡ଼ି ତ୍ୟାଗ କରିବା ପରେ ଗତ ୨୫ତାରିଖରୁ ମୁଖ୍ୟଶାସନ ସଚିବ ପଦବି ଖାଲି ପଡିଛି । ଶ୍ରୀ ମହାପାତ୍ର କେନ୍ଦ୍ର ସାର ସଚିବ ଭାବେ ଆସନ୍ତା ଅଗଷ୍ଟ ପହିଲାରେ ଦାୟିତ୍ଵ ଗ୍ରହଣ କରିବେ ।

Share in top social networks!