କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କିସ୍ ଓ କିଟ୍ ପରିଦର୍ଶନ

KISS Visitକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ତାଙ୍କ ୪ ଦିନିଆ ଓଡିଶା ଗସ୍ତର ଶେଷ ଦିବସରେ ଭୁବନେଶ୍ଵର ଠାରେ ବିଶ୍ଵବିଖ୍ୟାତ ଆଦିବାସୀ ଆବାସିକ ଶିକ୍ଷାନୁଷ୍ଠାନ କିସ୍ ପରିଦର୍ଶନ କରିଥିଲେ । ଅନୁଷ୍ଠାନର ପ୍ରାୟ ୨୨ହଜାର ଛାତ୍ରଛାତ୍ରୀ ତଥା ଶିକ୍ଷାନୁଷ୍ଠାନର ବିଭିନ୍ନ ପଦାଧିକାରୀ,କର୍ମଚାରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ଗହଣରେ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ଭବ୍ୟସମ୍ବର୍ଦ୍ଧନା ଦେଇଥିଲେ । ପ୍ରଥମେ ଶ୍ରୀ ଓରାମ କିଟ୍ଓ କିସ୍ ର ବିଭିନ୍ନ ବିଭାଗର ପରିସର ବୁଲି ଦେଖିବା ସହିତ କିସ୍ ର କର୍ତ୍ତୁପକ୍ଷଙ୍କ ଠାରୁ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ନିଜର ସ୍ଵାଗତ ଅଭିଭାଷଣରେ ଡଃ ସାମନ୍ତ କହିଲେ ଯେ,ଶ୍ରୀ ଜୁଏଲ ଓରାମ ୧୯୬୧ ମସିହାରେ ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳର ଦୁର୍ଗମ କେନ୍ଦ୍ରଡ଼ିହି ଗ୍ରାମର ଏକ ଗରିବ ଆଦିବସୀ ପରିବାରରେ ଜନ୍ମ ନେଇ ନିଜର କଠୋର ପରିଶ୍ରମ, ଅଧ୍ୟବସାୟ ତଥା ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ କରି ପ୍ରଥମେ ଜଣେ ଇଞ୍ଜିନିୟର ଓ ପରେ ନିଜ ସମାଜର ଉନ୍ନତି ଓ ବିକାଶ ଲକ୍ଷ୍ୟରେ ରାଜନୀତିରେ ଯୋଗଦେଇ ଜି ୨ଥର ଦେଶର କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । କିସ୍ ଥରେ ନୂତନ ଶିଖି ବର୍ଷର ତଥା ନୂତନ କେନ୍ଦ୍ର ସରକାରର ପ୍ରଥମ କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀ ଓରାମ କିଟ୍ ଓ କିସ୍ ପରିଦର୍ଶନ କରିଥିବାରୁ ଡଃ ସାମନ୍ତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଡଃ ସାମନ୍ତଙ୍କର ପ୍ରଚେଷ୍ଟା ଓ କିସ୍ କାର୍ଯ୍ୟକର୍ତ୍ତାମାନଙ୍କ ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ଓରାମ ଭୂୟଂସୀ ପ୍ରଶଂସା କରିଥିଲେ ଓ ସମସ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ । ଏହି ସଭାରେ କିଟ୍ ଓ କିସ୍ ର ସମ୍ପାଦକ ଶ୍ରୀ ଆର.ଏନ.ଦାଶ ତାଙ୍କ ବକ୍ତବ୍ୟରେ ଶ୍ରୀ ଓରାମଙ୍କୁ ଜଣେ ସର୍ବଭାରତୀୟ ସ୍ତରରେ ଖୁବ ଜନପ୍ରିୟ,ପ୍ରତିଷ୍ଠିତ ଜନନେତା ଭାବରେ ପରିଚିତ ବୋଲି କହିଥିଲେ । ଶେଷରେ କିସ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ପ୍ରଶାନ୍ତ କୁମାର ରାଉତରାୟ ଶ୍ରୀ ଓରାମଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!