ସ୍ଵଦେଶୀ ଚିନ୍ତାଧାରା ହିଁ ସ୍ଵଦେଶୀ ଅର୍ଥନୀତିର ମୂଳଦୁଆ

MAP-9
ଆମ୍ଭେମାନେ ବର୍ତ୍ତମାନ ଯୁଗ ସଂସ୍କରଣ ଦେଇ ଗତି କରୁଛେ । ପୁରୁଣା ଯୁଗ ଅତୀତ ପାଲଟୁଥିବା ବେଳେ ନୂଆଯୁଗର ଆବିର୍ଭାବ ହୋଇଛି । ଏହି ନୂଆ ଯୁଗ ସତ୍ୟ ଯୁଗର ପ୍ରଥମ ପାହାଚ । ଶ୍ରୀ ରାମକୃଷ୍ଣ ପରମାହଂସଙ୍କ ସମୟରୁ ଏହି ନୂଆଯୁଗର ଆରମ୍ଭ ହୋଇସାରିଛି ଏବଂ ସ୍ଵାମୀ ବିବେକାନନ୍ଦ ଏହି ଯୁଗର ଉଦୀୟମାନ ତରକା । ତାହାକୁ ପାଥେୟ କଲେ ନୂତନ ଯୁଗର ଆବର୍ତ୍ତନକୁ ୧୫୦ବର୍ଷ ପୂର୍ଣ୍ଣ ହୋଇସାରିଲାଣି । ଏହି ପରିପ୍ରେକ୍ଷୀରେ ଦେଶରେ ବହୁତ ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି ଓ ଏହା ରାଷ୍ଟ୍ରୀୟ ଚିନ୍ତାଧାରାକୁ ବହୁତ ମାତ୍ରାରେ ପ୍ରଭାବ ପକାଉଛି । ଏହା ଆମର ମହାନ ଜନ୍ମ ଭୂମି ତଥା ସାରା ବିଶ୍ଵକୁ ଏକ ନୂଆ ଦିଗଦର୍ଶନ ଦେବ । ସଂପୂର୍ଣ୍ଣ ବିଶ୍ଵବ୍ରହ୍ମାଣ୍ଡ ପାଇଁ ଏହା ଏକ ନବ ଜାଗରଣ । ଏହା ହିଁ ଆମର ଏକମାତ୍ର ଧ୍ୟେୟ । ନିଜ ମାତୃଭୂମି ପ୍ରତି ଅଗାଧ ପ୍ରେମ ରଖିଥିବା ସ୍ଵାମୀ ବିବେକାନନ୍ଦଙ୍କର ଜୀବନୀରୁ ସ୍ପଷ୍ଟ ଯେ,ସ୍ଵଦେଶୀ ଭାବନା ହିଁ ଭାରତକୁ ଏକ ନିର୍ଦ୍ଧିଷ୍ଟ ଗତିପଥ ଦେଇପାରେ । ସ୍ଵାମିଜୀଙ୍କର ବିଶ୍ଵ ପ୍ରସିଦ୍ଧ ବାଣୀ “ଉଠ,ଜାଗ ଏବଂ ଲକ୍ଷ୍ୟ ସାଧନ ନହେବା ପର୍ଯ୍ୟନ୍ତ ଅହରହ ଚେଷ୍ଟିତ ରୁହ” । ଏହି ଚିନ୍ତାଧାରା ବର୍ତ୍ତମାନ ଆମ ଦେଶ ପାଇଁ ପୁନର୍ଜାଗରଣର ମନ୍ତ୍ର । ସ୍ଵାମୀଜୀ ସଦାସର୍ବଦା ବିଶେଷ ଭାବରେ ସ୍ଵଦେଶୀ ଚିନ୍ତଧାରାକୁ ଗୁରୁତ୍ଵ ଦେଇ ଆସୁଥିଲେ । ସେ ନିଜର ଏହି ଚିନ୍ତାଧାରାରେ ନିଜେ ହିଁ ବାହକ ଥିଲେ । ସଂପୂର୍ଣ୍ଣ ସ୍ଵଦେଶୀ ଚିନ୍ତାଧାରା ଆଜି ପର୍ଯ୍ୟନ୍ତ ଆମ୍ଭେ ପାଇପାରି ନାହୁଁ । ଆଜି ବି ଆମେ ସ୍ଵଦେଶୀ ଢାଞ୍ଚାକୁ ଅନୁସରଣ କରୁଛୁ । ସ୍ଵଦେଶୀ ଚିନ୍ତାଧାରା ହିଁ ସ୍ଵଦେଶୀ ଅର୍ଥନିତୀକୁ ଏକ ମଜଭୁତ ଆଧାର ଦେଇପାରିବ । ସ୍ଵଦେଶୀ ଅର୍ଥନୀତି କୃଷି,କୂଟୀର ଶିଳ୍ପ,ବୃହତ ଉଦ୍ୟୋଗ ଆଦିର ସମଷ୍ଟିକୁ ବୁଝାଏ । ସ୍ଵଦେଶୀ ଚିନ୍ତାଧାରା ହିଁ ଏହାର ମୂଳମନ୍ତ୍ର । ଦେଶରେ ବିଭିନ୍ନ କୋଣ ଅନୁକୋଣରେ ଏହି ପରିବର୍ତ୍ତନ ପରିଲକ୍ଷିତ ହେଉଛି । ସଂପୂର୍ଣ୍ଣ ଭାରତବର୍ଷକୁ ଏକ ପରମ ବୈଭବଶାଳୀ ସୁସଙ୍ଗଠିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସ୍ଵଦେଶୀ ଜାଗରଣ ମତ ଏହି ଦେଶରେ କୋଣ ଅନୁକୋଣରେ ତାର ଜୟଯାତ୍ରା ଜାରି ରଖିଛି । ସେଥିପାଇଁ ଆଗାମୀ ଦିନରେ ଆପଣ ମାନଙ୍କ ସହଯୋଗ ହିଁ ଆମ୍ଭମାନଙ୍କର ପାଇଁ ଚିନ୍ତା କରିବାର ମାର୍ଗକୁ ପ୍ରଶସ୍ତ କରିବ ।

Share in top social networks!