କନକଦେଇଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ

imagesନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ଘାଟଗୁଡା ହାଇସ୍କୁଲର ଦଶମଶ୍ରେଣୀ ଛାତ୍ରୀ କନକଦେଇଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ କନକଦେଇଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟଯେ କନକଦେଇ ନିକଟରେ କିରୋସିନୀ ଢାଳି ଆତ୍ମହତ୍ୟା ଉଦ୍ୟମ କରି କଟକ ବଡ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି ।

Share in top social networks!