କେ. ରବିକୁମାରଙ୍କ ସହ ଟେଲିଫୋନ ରେ କଥା ହୋଇ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

52127ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରୋଉତ୍ତୋଳନ ରେ ରୌପ୍ୟ ପଦକ ହାସଲ କରିଥିବା ଓଡିଆ ଖେଳାଳି କେ. ରବିକୁମାରଙ୍କ ସହ ଟେଲିଫୋନ ରେ କଥା ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ ପରି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ପଦକ ହାସଲ କରି ଶ୍ରୀ କୁମାର ଓଡିଶାର ଗୌରବ ବଢାଇଛନ୍ତି । ଆଗାମୀ ଦିନରେ ଶ୍ରୀ କୁମାର ଆହୁରି ଭଲ ପ୍ରଦର୍ଶନ କରି ଓଡିଶା ତଥା ଦେଶ ପାଇଁ ଆହୁରି ସୁନାମ ଆଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME