ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତ ପାଳନପାଇଁ ପ୍ରସ୍ତୁତି କମିଟିର ଉଚ୍ଚସ୍ତରୀୟ ବୈଠକ

MAP-2ସଚିବାଳୟ ସମ୍ମିଳନୀ ଗୃହରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୮୧୭ରୁ ୨୦୧୭ପର୍ଯ୍ୟନ୍ତ ୨୦୦ବର୍ଷ ଜନ ଆନ୍ଦୋଳନର ପୂର୍ତ୍ତି ଉତ୍ସବକୁ ମହାସମାରୋହରେ ପାଳନ କରାଯିବା ନିମନ୍ତେ ବିଭିନ୍ନ ବିଭଗା,ଐତିହାସିକ,ଗବେଷକ ଓ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା । ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ ଯେ,ପାଇକ ଏକ ଉପାଧି । ସେମାନଙ୍କୁ ସ୍ଵୀକୃତି ଦେବାପାଇଁ ଉଦ୍ୟମ ଜାରି ରହିଛି । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ କହିଥିଲେ ଯେ,ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ଆମ ପାଇଁ ଗର୍ବ ଓ ଗୌରବ । ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ସାହୁ ୨୦୧୭ ମାର୍ଚ୍ଚ ମାସରେ ଏହି ମହୋତ୍ସବ ପାଳନର ବହୁ ପୂର୍ବରୁ ଉଚ୍ଚସ୍ତରୀୟ ଆଲୋଚନା ଚକ୍ର ବିଭିନ୍ନ ସାମୀରେ ସଂଗଠିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ,ପାଇକ ବିଦ୍ରୋହ ସମ୍ପର୍କିତ ଦୁଷ୍ତ୍ରାପ୍ୟ ମୁଲ୍ୟବାନ ପୁସ୍ତକଗୁଡିକୁ ପୁନଃମୁଦ୍ରଣ କରାଯିବା ଦିଗରେ ସଂସ୍କୃତି ବିଭାଗ ବିହିତ ପଦକ୍ଷେପ ନେବ ବୋଲି ପ୍ରକାଶ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାୟକ ଏହି ବୈଠକରେ ଯୋଗଦାନ କରିଥିଲେ । ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁଶୀଲ ଦାସ,ବିଡିଏ ସଚିବ ରଞ୍ଜନ ଦାସ,ନାଲକୋ ସାଧାରଣ ପରିଚାଳକ,ଇଡକୋ ଯନ୍ତ୍ରୀ,ନିଉ ଥିଙ୍କିଙ୍ଗ ଫୋରମ୍,ଖୋର୍ଦ୍ଧାର ନରେନ୍ଦ୍ର ପୁଷ୍ଟି,ସୂଚନା ଅଧିକାରୀ ବରଦା ପ୍ରସନ୍ନ ଦାସ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ବୈଠକରେ ଉପସ୍ଥିତ ଥିଲେ ।

Share in top social networks!