ସ୍ଥାନୀୟ ବିଦ୍ୟାର୍ଥିମାନଙ୍କ ନିମନ୍ତେ ଯୁକ୍ତ-୨ ଓ ଯୁକ୍ତ-୩ ପ୍ରଥମ ବାର୍ଷିକ ଶ୍ରେଣୀରେ ୨୦% ସିଟ୍ ବୃଦ୍ଧି

52067
ଚଳିତ ଶିକ୍ଷା ବର୍ଷ ୨୦୧୪-୧୫ ରେ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ନାମଲେଖାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଗ୍ରାମାଞ୍ଚଳରେ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସୀମା ମଧ୍ୟରେ ଅବସ୍ଥିତ ମହାବିଦ୍ୟାଳୟମାନଙ୍କରେ ଯୁକ୍ତ-୨ ଓ ଯୁକ୍ତ-୩ ପ୍ରଥମ ବାର୍ଷିକ ଶ୍ରେଣୀର ମଞ୍ଜୁରିପ୍ରାପ୍ତ ସିଟ୍ ସଂଖ୍ୟାକୁ ଶତକଡା ୨୦ ବୃଦ୍ଧି କରିଛନ୍ତି । ଯେଉଁ ନିର୍ଦ୍ଦିଷ୍ଟ ବ୍ଲକ୍ କିମ୍ବା ଏନଏସି ଅଞ୍ଚଳରେ କଲେଜଟି ଅବସ୍ଥିତ ସେହି ଅଞ୍ଚଳର ସ୍ଥାନୀୟ ଛାତ୍ରଛାତ୍ରୀମାନେ ଏହି ବର୍ଦ୍ଧିତ ସିଟ୍ ରେ ନାମ ଲେଖାଇବାର ସୁଯୋଗ ଲାଭ କରିପାରିବେ । ଗୋଟିଏ କଲେଜରୁ ଅନ୍ୟକଲେଜ କୁ ସ୍ଥାନାନ୍ତର ସମୟରେ ବର୍ଦ୍ଧିତ ସିଟ୍ କୁ ବିନିଯୋଗ କରିପାରିବ ନାହିଁ। ଏହାକେବଳ ନୂତ୍ନ ଭାବରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ନାମଲେଖାଇବା ସମୟରେ କଲେଜ୍ କର୍ତ୍ତୃପକ୍ଷ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରସ୍ତୁତ ନିୟମାବଳୀ ଓ ନାମଲେଖା ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପଦ୍ଧତି ଅନୁସରଣ କରିବେ । ନିଜସ୍ୱ ସମ୍ବଳରେ ପରିଚାଳିତ କଲେଜମାନଙ୍କରେ ଏହି ବର୍ଦ୍ଧିତ ସିଟ୍ ନିୟମ ଲାଗୁ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି ।

Share in top social networks!