ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉଶ୍ଚବର ଚତୁର୍ଥ ଦିବସ

ଓଡିଶା ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟ ରେ ଗୁରୁ କେଲୁଚରଣ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉଶ୍ଚବର ଆଜି ଥିଲା ଚତୁର୍ଥ ଦିବସ | ପ୍ରତିଦିନ ପରି ଅପରାହ୍ନ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟରୁ ଏବଂ ପରେ ଏକକ ଓ ଦୈତ୍ୟର ପରିବେଷଣ ଥିଲା | ଅପରାହ୍ନ ର ଯେଉଁ କଳାକାର ଓ ଅନୁଷ୍ଠାନ ମାନେ ସେମାନଙ୍କର ନୃତ୍ୟ ପରିବେଷଣ କଲେ ସେମାନେ ହେଲେ କଟକର ତ୍ରିବେଣୀ ଗ୍ରୁପ୍, ଆମେରିକାର ଶିବାନୀ କାନୁନ୍ଗୋ ଏବଂ ଏମେଣ୍ଡା ଗେରେ, ଭୁବନେଶ୍ୱର ର ଐଶର୍ଯାସିଂହଦେଓ ଓ ସଞ୍ଜୟ କୁମାର ବେହେରା (ଦ୍ଵୈତ ନୃତ୍ୟ), ନିରୋଦ ଦେହୁରୀ, ପ୍ରଶାନ୍ତ କୁମାର ବେହେରା ଏବଂ ପୁଷ୍ପିତା ମିଶ୍ରଙ୍କ ଏକକ ନୃତ୍ୟ

ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦିଲ୍ଲୀର ବିଶିଷ୍ଟ ନୃତ୍ୟାଙ୍ଗନା କୁମ୍-କୁମ୍ ଲାଲ୍ ଙ୍କର ଗୀତଗୋବିନ୍ଦ ର ଅଷ୍ଟପଦୀରୁ ୟାମିହେ କମିହ ସରଣମ୍ | ଯେଉଁଥିରେ ରାଧା ଙ୍କର ବିରହୋତ୍କଣ୍ଠିତା ଭାବନାକୁ ସୁନ୍ଦର ଭାବେ ପରିବେଷଣ କରଥିଲେ | ତାପରେ ଚେନ୍ନାଇ ରୁ ଆସିଥିବା ସିକତା ଦାସ ଅଭିନୟରେ ବନମାଳୀ ଙ୍କ ରଚନାରୁ ତୋରେ ଶରଣ ଗଲିରେ ମୁରଲୀ ପରିବେଷଣ କରିଥିଲେ | ଅଭିନୟରେ ଭକ୍ତ କବି ଦୀନକୃଷ୍ଣ ଦାସ ଙ୍କ ରଚିତ ଲୋକପ୍ରିୟ ଜଣାଣ ଜଗବନ୍ଧୁ ପରି ଜେନ ସାମନ୍ତ କୁ ଅତି ଭାବେଗ ସହ ପରିବେଷଣ କରିଥିଲେ ଗୁରୁ ନିରଞ୍ଜନ ରାଉତ |

DSC_8537ପରେ ଦ୍ଵୈତ ନୃତ୍ୟରେ କାଳିକତାର ଶାଶ୍ଵତୀ ଗରାଇ ଏବଂ ପ୍ରିୟାଙ୍କି ଗୁପ୍ତା ଅଭିନୟରେ ରାମଷ୍ଟକମ୍ ପରିବେଷଣ କରିଥିଲେ ଯେଉଁଥିରେ ରାମଙ୍କ ଜୀବନର ବିଭିନ୍ନ ଘଟଣାବଳି କୁ ଅତି ଚମତ୍କାର ଭାବରେ ପରିବେଷଣ କରିଥିଲେ | ପରବର୍ତ୍ତୀ ନୃତ୍ୟଶିଳ୍ପୀ ଥିଲେ ମୁମ୍ବାଇର ଦକ୍ଷା ମଶୃୱାଲା | ସେ ଅଭିନୟରେ ବନମାଳୀଙ୍କ ରଚନାରୁ ମାହାରୀ ସେବାରେ ଗାନ କରାଯାଉଥିବା ବଂଶୀ ତେଜି ହେଲ ପରିବେଷଣ କରିଥିଲେ | ତା ପରେ ବିଶିଷ୍ଟ ନୃତ୍ୟାଙ୍ଗନା ମଧୁସ୍ମିତା ମହାନ୍ତି ଡକ୍ଟର ମାୟାଧର ମାନସିଂହ ଙ୍କ ରଚିତ ବରବଧୂ କୁ ଅଭିନୟରେ ଖୁବ୍ ଚମତ୍କାର ଭାବେ ପରିବେଷଣ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ | ପରେ ଦଳଗତ ନୃତ୍ୟରେ କଟକର ଓଡିଶୀ ନୃତ୍ୟ ମଣ୍ଡଳ ର କଳାକାର ମାନେ ଗୁରୁ ଆଶିଷ ଦାସଙ୍କର ନିର୍ଦେଶନା ରେ ଶ୍ରୀକୃଷ୍ଣ ଙ୍କର ବିଭିନ୍ନ ଅବତାର କୁ ନେଇ ରଚିତ ଚାଲ ସଖୀ ଆମେ ଦର୍ଶନ କରିବା ପରିବେଷଣ କରିଥିଲେ | ଶେଷରେ ଗୁରୁ ଗଙ୍ଗାଧର ଫାଉଣ୍ଡେସନ ର ଶିଳ୍ପୀ ମାନେ ଶୁଦ୍ଧ ନୃତ୍ୟରେ ସଙ୍କରା ଭରଣ ପଲ୍ଲବୀ ଏବଂ ଅଭିନୟରେ ଦଶାବତାର ପରିବେଷଣ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ |

ଆଜି ସନ୍ଧ୍ୟାରେ ଅତିଥି ଥିଲେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ କୁମ୍-କୁମ୍ ମହାନ୍ତି, ପଦ୍ମଭୂଷଣ ଡକ୍ଟର ସୋନାଲ ମାନସିଂହ, ଗୁରୁ ଶର୍ମୀଲା ବିଶ୍ବାସ ଏବଂ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଏମ୍. ସୁନ୍ଦରାଜନ୍ | କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ |

Share in top social networks!