କେଉଁଝର ପର୍ଯ୍ୟଟନ ର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଆଲୋଚନା

Odishan-MAP-2ରାଜ୍ୟ ସଚିବାଳୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ପ୍ରକୋଷ୍ଠରେ କେଉଁଝରର ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ବିକାଶ ସମ୍ପର୍କରେ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ସହ ଆଲୋଚନା କରିଛନ୍ତି । ସାନ ଘାଗରା,ଘଟଗାଁ,କେଉଁଝର ଓ ପର୍ଯ୍ୟଟନ କାର୍ଯ୍ୟାଳୟର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ମୁଖ୍ୟତଃ ସମୀକ୍ଷା କରାଯାଇଥିଲା । ସନଘାଗରା ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୧୪୬.୮୯ ଲକ୍ଷ ଖର୍ଚ୍ଚ ଅଟକଳ ରୁ ୭୬ଲକ୍ଷ ଖର୍ଚ୍ଚ ସରିଛି । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପଟି ପୂର୍ଣ୍ଣାଙ୍ଗ ହେବ । ସେହିପରି ଘଟଗାଁ ପର୍ଯ୍ୟଟନ ପ୍ରକଳ୍ପର ଖର୍ଚ୍ଚ ଅଟକଳ ୯୫.୪୩ ଲକ୍ଷରୁ ୬୫ ଲକ୍ଷ ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହେବ । କେଉଁଝର ଜିଲ୍ଲାର ବିଧାୟକ ଶ୍ରୀଯୁକ୍ତ ହୃଷୀକେଶ ନାୟକ, ସଦର ବିଧାୟକ ଅଭିରାମ ନାୟକ,ତେଲକୋଇ ବିଧାୟକ ବେଦବ୍ୟାସ ନାୟକ,ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡଃ ଅରବିନ୍ଦ ପାଢି ,ପର୍ଯ୍ୟଟନ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ପଟ୍ଟନାୟକ,ସଂସ୍କୃତି ନିର୍ଦ୍ଦେଶକ ସୁଶୀଲ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!