ଏକାମ୍ର ଗୀତିମଞ୍ଚର ସଙ୍ଗୀତ ପରିବେଷଣ

OD-MAP-1
ଜୟଦେବ ଭବନ ଠାରେ ଏକାମ୍ର ଗୀତିମଞ୍ଚର ୨ୟ ସ୍ଵନକ୍ଷେତ୍ର ଉତ୍ସବ ସଭାପତି ଡଃ ଅଲେଖ ପଢିଆରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଉନ୍ନୟନ କମିଶନର ଡଃ ରବି ନାରାୟଣ ସେନାପତି,ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢି ଯୋଗ ଦେଇ ସଂଗୀତର ମାଧୁର୍ଯ୍ୟ,ଭାଷା ସାହିତ୍ୟ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ମୁଖପତ୍ର ସ୍ଵରଲିପି ଉନ୍ମୋଚିତ ହୋଇଥିଲା । ରାଜ୍ୟର ୨୩ଜଣ ଗୀତିକାରଙ୍କ ସଂଗୀତକୁ ୧୧ଜଣ କଣ୍ଠଶିଳ୍ପୀ ପରିବେଷଣ କରିଥିଲେ । ଏହି ଅବସରରେ ପ୍ରାରମ୍ଭିକ ପ୍ରସ୍ତୁତି ଥିଲା କବି ସମ୍ମିଳନୀ । ଏହାକୁ ପରିଚାଳନା କରିଥିଲେ ବିମଳା ସିଂ,ଡଃ ଜେନାମଣି ସଂଜୀବ କୁମାର । ଅତିଥି ପରିଚୟ ଦେଇଥିଲେ ଗୀତିକବି ମନୋଜ ମହାନ୍ତି । ସଂପାଦକୀୟ ବିବରଣୀ ପାଠ କରିଥିଲେ ଅନୁସ୍ଥ୍ନର ସମ୍ପାଦକ ବୃନ୍ଦାମନ ଜେନା ।

Share in top social networks!