କଟକ,ପୁରୀ ଓ ଭୁବନେଶ୍ଵର ସହରର ୧୫ ଟି ସ୍ଥାନରେ ଭୂତଳ ଜଳର ଗୁଣବତ୍ତା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ପରୀକ୍ଷା କରାଯାଇଛି –ମନ୍ତ୍ରୀ ଶ୍ରୀ ଆରୁଖ

imagesରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ୨୦୧୩୦୧୪ ଆର୍ଥିକ ବର୍ଷରେ ପ୍ରତ୍ୟେକ ମାସରେ ୯ଟି ପ୍ରମୁଖ ନଦୀର ୭୫ଟି ସ୍ଥାନରେ ୩୭ଟି ପାରାମିଟର ,ଉପକୂଳ ଅଞ୍ଚଳର ୩ଟି ସ୍ଥାନ,ହ୍ରଦ ଜଳର ଦୁଇଟି ସ୍ଥାନ,ପ୍ରତ୍ୟେକ ପ୍ରମୁଖ ଜଳାଶୟ ଓ ତାଳଦଣ୍ଡା କେନାଳର ୬ଟି ସ୍ଥାନରେ ଜଳର ଗୁଣବତ୍ତା ପରୀକ୍ଷା କରାଯାଇଛି । କଟକ,ପୁରୀ ଓ ଭୁବନେଶ୍ଵର ସହରର ୧୫ ଟି ସ୍ଥାନରେ ଭୂତଳ ଜଳର ଗୁଣବତ୍ତା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ପରୀକ୍ଷା କରାଯାଇଛି । ସାରା ରାଜ୍ୟର ପ୍ରମୁଖ ନଗରାଞ୍ଚଳ ଓ ଶିଳ୍ପାଞ୍ଚଳ ର ୩୨ଟି ସ୍ଥାନରେ ବାୟୁର ଗୁଣବତ୍ତା ପରୀକ୍ଷା କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି । ବୋର୍ଡର ହସ୍ତକ୍ଷେପ ଯୋଗୁଁ ୨୦୧୩-୧୪ ମସିହାରେ ଗଞ୍ଜାମ ରେ ଅବସ୍ଥିତ ଜୟଶ୍ରୀ କେମିକାଲ ଲିମିଟେଡ୍ ରେ ପ୍ରଦୂଷଣ ପ୍ରବଣ ମର୍କ୍ୟୁରୀ ସେଲ୍ ପ୍ରସେସ୍ କୁ ବନ୍ଦକରାଯାଇ ମେମ୍ବ୍ରେନ ସେଲ୍ ପ୍ରସେସ୍ ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ପ୍ରଦୂଷଣ ବହୁମାତ୍ରାରେ କମ୍ ହୋଇଛି ।ବୋର୍ଡର ପ୍ରଚେଷ୍ଟା ଯୋଗୁଁ ୨୦୧୩-୧୪ ରେ ଝାରସୁଗୁଡାସ୍ଥିତ ମେସର୍ଷ ବେଦାନ୍ତ ଆଲୁମିନିୟମ୍ ଲିମିଟେଡ୍ ଓ ଷ୍ଟାରଲାଇଟ ଏନର୍ଜି ଲିମିଟେଡ୍ ତଥା ଅନୁଗୁଳସ୍ଥିତ ମେସର୍ସ ନାଲକୋ ହାଇ କନସେଣ୍ଟ୍ରେସନ୍ ସୂରୀ ଡିସପୋଜାଲ ବ୍ୟବସ୍ଥା କରିଛନ୍ତି , ଯାହାଦ୍ୱାରା ଉଡନ୍ତା ପାଉଁଶକୁ ପୁଂସ ପୋଖରୀ ରେ ବିସ୍ଥାପନ କରିବା ଦ୍ଵାରା ଲିନ୍ ସୂରୀ ଡିସପୋଜାଲ୍ ସିଷ୍ଟମ ତୁଳନାରେ କମ୍ ଜଳର ଆବଶ୍ୟକତା ସହ ପାଉଁଶ ପୋଖରୀ ର ପାଉଁଶ ଧାରଣା କ୍ଷମତା ବୃଦ୍ଧି ପାଇଛି । କାରଖାନା ପରିସରରେ ଧୂଳିମାତ୍ରାକୁ କମ୍ କରିବା ପାଇଁ ଓ ପରିବେଶରେ ଉନ୍ନତି ପାଇଁ ରାଜ୍ୟରେ ସ୍ପଞ୍ଜ ଆଇରନ କାରଖାନାମାନଙ୍କୁ ନିଉମାଟିକ୍ ଡଷ୍ଟ ହ୍ୟାଣ୍ଡଲିଂ ସିଷ୍ଟମ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୩-୧୪ ରେ ରାଜ୍ୟରେ ସୃଷ୍ଟି ହୋଇଥିବା ୬୫% ପାଉଁଶ ପୁନଃବିନିଯୋଗ ହୋଇଛି ଓ ଏହା କମ୍ ପ୍ରଦୂଷଣ କରିବାରେ ସହାୟକ ହୋଇଛି ।

Share in top social networks!