ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବାଲୁଗାଁ ନାଳୀରେ ୧୫୬୮୨୧.୭୩ ଘନ ମିଟର ଓ ସଂଯୋଗ ନଳୀରେ ୫୬୫୭୫୬.୫୦ ଘନ ମିଟର ପଟୁ ଖୋଳିଛନ୍ତି

untitledଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ୨୦୧୩-୧୪ ରେ ଜଳ ବିଭାଜିକା ପରିଚାଳନା ଯୋଜନାରେ ମା ବନଦୂର୍ଗା,ମାଟିଆ ପୋଖରୀ ,ଗାଲୁଆ(ଜଳବିଭାଜିକା ସଂଘ ମାଧ୍ୟମରେ ) ଏବଂ ବାଙ୍କଡାପଲ୍ଲୀ ଏହିଭଳି ସମୁଦାୟ ୪ଟି ଅଣୁ ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି । ଏହି ଅଣୁ ଜଳବିଭାଜିକା ପ୍ରକଳ୍ପ ଗୁଡିକ ଦ୍ଵାରା ଚାଷପୋଖରୀର ପୁନଃଉଦ୍ଧାର ,ଜଳ ଅମଳ ପ୍ରକଳ୍ପ,ଆଡିବନ୍ଧ,ଅବବାହିକା ଅଞ୍ଚଳର ପରିଚାଳନା,୧୫ହେକ୍ଟର ଜମିରେ ମିଶ୍ରିତ ବୃକ୍ଷରୋପଣ,ପଥପାର୍ଶ୍ଵ ବନୀକରଣ ,ବାଙ୍କଡାପଲ୍ଲୀ ଜଳବିଭାଜିକା ରେ ଫଳଚାଷ,ସ୍ଵୟଂ ସହାୟିକଗୋଷ୍ଠୀ ଙ୍କୁ ଛତୁଚାଷ ତାଲିମ ଆଦି କାର୍ଯ୍ୟକ୍ରମ ମାନ ସମାହିତ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ୨୦୧୩-୧୪ ରେ ହ୍ରଦ ଜଳର ପ୍ରବେଶ ଓ ନିଷ୍କାସନ ତଥା ଲବଣାଂଶ ବୃଦ୍ଧି ନିମନ୍ତେ ବାଲୁଗାଁ ନାଳୀରେ ୧୫୬୮୨୧.୭୩ ଘନ ମିଟର ଓ ସଂଯୋଗ ନଳୀରେ ୫୬୫୭୫୬.୫୦ ଘନ ମିଟର ପଟୁ ଖୋଳିଛନ୍ତି । ଚଳିତ ବର୍ଷ ପାଇଁ ହ୍ରଦର ସର୍ବୋଚ୍ଚ ମତ୍ସ୍ୟ ଉତ୍ପାଦନ କ୍ଷମତା ,ମତ୍ସ୍ୟ ଉତ୍ପାଦନ ଓ ମତ୍ସ୍ୟାଧାରଣ କ୍ଷମତାର ଆକଳନ ଇତ୍ୟାଦି ଗବେଷଣା କାର୍ଯ୍ୟକ୍ରମ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଛନ୍ତି ।

Share in top social networks!