ଆଜି ଜୟଦେବ ଭବନରେ ଅତିବଡୀ ପୁରସ୍କାର ଓ ସାରସ୍ଵତ ସମ୍ବର୍ଦ୍ଧନା ସମାରୋହ

MAP-9ଜୁଲାଇ ୨୫ତାରିଖରେ ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ଅବସରରେ ଏକାଡ଼େମୀର ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ଵତ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଭୁବନେଶ୍ଵରସ୍ଥ ଜୟଦେବ ଭବନଠରେ ସନ୍ଧ୍ୟା ୬ଘଟିକା ସମୟରେ ଅନୁଷ୍ଠିତ ହେବ । ଉକ୍ତ ସାରସ୍ଵତ କାର୍ଯ୍ୟକ୍ରମରେ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି,ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ ବରେଣ୍ୟ ଅତିଥି,ପର୍ଯ୍ୟଟନ,ସଂସ୍କୃତି ବିଭାଗ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ବିଶିଷ୍ଠ ଅତିଥି ଭାବେ ଯୋଗଦାନ କରିବେ । ୨୦୧୩ପାଇଁ ଧନେଶ୍ଵର ମହାପାତ୍ର ଓ ୨୦୧୪ ପାଇଁ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯିବ । ଶ୍ରୀ ଆଶୁତୋଷ ପଟ୍ଟନାୟକ,ଭଗବାନ ଚନ୍ଦ୍ର ନାୟକ,ଗୌରିଶଙ୍କର ମିଶ୍ର,ହଲଧର ନାଗ,ହରେକୃଷ୍ଣ ମହାନ୍ତି,ଲକ୍ଷ୍ମୀଧର ରାଉତ,ମଞ୍ଜଶ୍ରୀ ମୁଖାର୍ଜୀ,ନରେନ୍ଦ୍ର ଚନ୍ଦ୍ର ଦାସ,ରାଜକିଶୋର ମିଶ୍ର,ରାମାକାନ୍ତ ସାମଲ ବରିଷ୍ଠ ସାହିତ୍ୟିକ ମାନଙ୍କୁ ସାରସ୍ଵତ ସମ୍ବର୍ଦ୍ଧନା ଦିଆଯିବ । ସଭାପରେ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯିବ ।ଏହି ଉତ୍ସବରେ ଆଗ୍ରହୀ ଲେଖକ,ସାହିତ୍ୟିକ ବନ୍ଧୁମାନେ ଯୋଗଦାନ କରିବାକୁ ସୂଚନା ଅଧିକାରୀ ବରଦା ଦାସ ଅନୁରୋଧ ଜଣାଇଛନ୍ତି ।

Share in top social networks!