ପରମ୍ପରା ଓ ଧାର୍ମିକ ଭାବନାର ସୁରକ୍ଷା କରାଯାଉ

MAP-15
ପୁରୀ ରଥଯାତ୍ରାରେ ଅଦ୍ୟପୂଜକ ସଙ୍କରଚାର୍ଯ୍ୟଙ୍କୁ ପ୍ରକାରାନ୍ତରେ ବାରଣ କରାଯିବ ପରେ ବିଶ୍ଵର ସମସ୍ତ ହିନ୍ଦୁଭକ୍ତ ମାନଙ୍କ ମନରେ ଆଘାତ ଲାଗିଛି । ପୁରୀ ଗୋବର୍ଦ୍ଧନ ପୀଠ କେବଳ ପୁରୀ ନୁହେଁ ଓଡିଶାର ସର୍ବଶ୍ରେଷ୍ଠ ଓ ସର୍ବପ୍ରଥମ ମଠ । ଆଦିଶଙ୍କରାଚାର୍ଯ୍ୟ ଭାରତରେ ବୈଦିକ ହିନ୍ଦୁଧର୍ମର ମାର୍ଗଦର୍ଶନ ଓ ପରମ୍ପରା ରକ୍ଷାପାଇଁ ଦେଶର ଚାରିକୋଣରେ ୪ଟି ମଠ ସ୍ଥାପନ କରିଥିଲେ । ସେଥିରୁ ସର୍ବପ୍ରଥମେ ଓ ପ୍ରଧାନ ମଠଥିଲା ଗୋବର୍ଦ୍ଧନ ମଠ,ପୁରୀ । ଗୋବର୍ଦ୍ଧନ ମଠର ବେଦ ହେଉଛି ପ୍ରଥମ ବେଦ ଋକବେଦ ଓ ବେଦାନ୍ତ ମହାକାବ୍ୟ ହେଉଛି ‘ପ୍ରଜ୍ଞାନଂ ବ୍ରହ୍ମ’। ଯଯାତୀ କେଶରୀଙ୍କ ସମୟରେ ୨ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାପରେ ମନ୍ଦିରର ପୂଜାପଠ,ଯାନିଯାତ୍ରା ପ୍ରଭୃତି ଆଦିଶଙ୍କାରାଚାର୍ଯ୍ୟ ଜଗନ୍ନାଥ ମନ୍ଦିରର ଆଦ୍ୟପୂଜକ ହେବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ସେହିପରମ୍ପରାରେ ରଥଯାତ୍ରା ସମୟରେ ପୁରୀ ଶଙ୍କାରାଚାର୍ଯ୍ୟ ରଥ ଉପରେ ତିନି ଠାକୁରଙ୍କର ପୂଜା ଅର୍ଚ୍ଚନା କ୍ରାନ୍ତି । ଏହା ମାଦଳା ପାଞ୍ଜିରେ ମଧ୍ୟ ଉଲ୍ଲେଖ ଅଛି ଏବଂ ପରମ୍ପରା କ୍ରମେ ବରଶହ ବର୍ଷଧରି ଚାଲିଆସିଛି । କହି ରଖିଲେ ହେବ ଯେ ରଥଯାତ୍ରାରେ ଅଂଶ ଗ୍ରହଣ କରୁଥିବା ଲକ୍ଷଲକ୍ଷ ଭକ୍ତ କେବଳ ଚତୁର୍ଦ୍ଧା ମୂର୍ତିଙ୍କ ଦର୍ଶନ କରନ୍ତି ନାହିଁ । ତା ସହିତ ସେମାନେ ଏକ ସଙ୍ଗରେ ପୀଠଧୀଶ ଶଙ୍କାରାଚାର୍ଯ୍ୟଙ୍କ ସ୍ଵରୁପରେ ସ୍ଵୟଂ ଶିବାବତାର ଆଦିଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଦର୍ଶନ କରନ୍ତି । ତତସହିତ ବିଷ୍ଣୁ ସ୍ୱରୂପ ଆଦ୍ୟ ସେବକ ଠାକୁର ରାଜାଙ୍କ ଦର୍ଶନ ମଧ୍ୟ ମିଳିଥାଏ । ଏ ପ୍ରକାରର ଉଚ୍ଚ ପରମ୍ପରା ଭାଙ୍ଗି କେତେଜଣ ଅହଂଭାବାପନ୍ନ ପ୍ରଶାସନିକ ଅଧିକାରୀ ସେବାୟତଙ୍କ ଭୟରେ ଲୋକମାନଙ୍କ ଧାର୍ମିକଭାବନାକୁ ଆଘାତ ଦେବାରୁ ବିରତ ରୁହନ୍ତୁ ।

Share in top social networks!