ଉତ୍କଳିକାର ନବନିର୍ମିତ ଶୋ-ରୁମ୍ ଉଦଘାଟିତ

MAP-2
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ର ନବନିର୍ମିତ ସଂପ୍ରସାରିତ ଶୋ-ରୁମ୍ ଭୁବନେଶ୍ଵର ସ୍ଥିତ ମାର୍କେଟ ବିଲଡିଙ୍ଗ,ଇଷ୍ଟର୍ଣ୍ଣ ଟାୱାର ଠାରେ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ଵାରା ଉଦଘଟିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଥିଲେ,ଓଡିଶାର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାୟ ଏକଲକ୍ଷ ତିରିଶ ହଜାର ହସ୍ତଶିଳ୍ପ କାରିଗର ୫୦ପ୍ରକାର ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରନ୍ତି । ଓଡିଶା ହସ୍ତ ଶିଳ୍ପ ତାର ଅନନ୍ୟତା ପାଇଁ ସମଗ୍ର ବିଶ୍ଵରେ ପ୍ରସିଦ୍ଧ । ତେଣୁ ଓଡ଼ିଶାକୁ ଆସୁଥିବା ଆନ୍ତର୍ଜାତୀୟ ପର୍ଯ୍ୟଟକ ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଆଖିରେ ରଖି ଉତ୍କଳିକାର ଏହି ଅତ୍ୟାଧୁନିକ ଶୋ-ରୁମ୍ ନିର୍ମାଣ କରାଯାଇଛି । ଏହି ଶୋ-ରୁମ୍ ନିର୍ମାଣ ପାଇଁ ୧୮୧.୨୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ନିକଟରୁ ନିଗମ ବର୍ତ୍ତମାନ ସୁଦ୍ଧା ୧୩୪.୯୮ ଲକ୍ଷ ଟଙ୍କା ପାଇଛି । ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର,ଯୁଗ୍ମ ସଚିବ ଶ୍ରୀଯୁକ୍ତ ରାଜା ପରିଜା,ହସ୍ତୋ କୁଟୀର ଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସଂଘମିତ୍ରା କାନୁନଗୋ,ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ପଟ୍ଟନାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ତଥା ଉତ୍କଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME