ଜିପିଏଫ୍ ଇ-ଷ୍ଟେଟମେଣ୍ଟକୁ ଟ୍ରେଜେରୀ ଅଫିସରମାନେ ଗ୍ରହଣ କରିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ

odisha-map11
ସରକାରୀ କର୍ମଚାରୀମାନଙ୍କର ଭବିଷ୍ୟନିଧି ପାଣ୍ଠିର ସଂପୂର୍ଣ୍ଣ ବିବରଣୀ ଅକାଉଣ୍ଟାଣ୍ଟ ଜେନେରାଲ ଓଡିଶାର ୱେବସାଇଟ୍ (http ://www.agodi.cag.gov.in) ରେ ଚଳିତ ବର୍ଷ ଠାରୁ ଉପଲବ୍ଧ ହେଉଛି । କର୍ମଚାରୀମାନେ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି ସମ୍ବନ୍ଧୀୟ ବାର୍ଷିକ ଷ୍ଟେଟମେଣ୍ଟ୍ ଏହି ୱେବସାଇଟ୍ ରୁ ଡାଉନଲୋଡ୍ କରି ଜାଣିପାରୁଛନ୍ତି । ଏଥିରେ କର୍ତ୍ତୃପକ୍ଷଙ୍କର ଦସ୍ତଖତ ସ୍କାନ ହୋଇ ରହିଛି । ମାତ୍ର ଭବିଷ୍ୟନିଧି ପାନଥିରୁ ଅର୍ଥ ଉତନ ବେଳେ କେତେକ କ୍ଷେତ୍ରରେ ଟ୍ରେଜେରୀ ଅଫିସରମାନେ ଏହି ଷ୍ଟେଟମେଣ୍ଟ୍ କୁ ଗ୍ରହଣ କରୁନଥିବା ଅଭିଯୋଗ ଆସିଛି । ଏହି ପରିପ୍ରେକ୍ଷୀରେ ସରକାରୀ କର୍ମଚାରୀମାନେ ସେମାନଙ୍କର ଭବିଷ୍ୟନିଧି ପାଣ୍ଠିରୁ ଅର୍ଥ ଉଠାଣ ବେଳେ ଆକାଉଣ୍ଟାଣ୍ଟ ଜେନେରାଲ ଓଡିଶାର ୱେବସାଇଟ୍ ରୁ ଡାଉନଲୋଡ୍ କରାଯାଇଥିବା ଇ-ଷ୍ଟେଟମେଣ୍ଟ୍ କୁ ଟ୍ରେଜେରୀ ଅଫିସରମାନେ ଗ୍ରହଣ କରିବାକୁ ଅର୍ଥବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟଯେ ଟ୍ରେଜେରୀ ଅଫିସରଙ୍କ ଜରିଆରେ ଡିଡିଓ ମାନଙ୍କୁ ସେମାନଙ୍କ କର୍ତ୍ତୃତ୍ଵାଧୀନ କର୍ମଚାରୀମାନଙ୍କ ଇ-ଷ୍ଟେଟମେଣ୍ଟ୍ ଦେଖିବା,ଡାଉନଲୋଡ୍ ଓ ପ୍ରିଣ୍ଟ କରିବା ପାଇଁ ଆଇଡି ଓ ପାସୱାର୍ଡ ଦିଆଯାଇଛି । ସେମାନେ ଏହାଦ୍ୱାରା ଇ-ଷ୍ଟେଟମେଣ୍ଟ୍ ରେ ଥିବା ତଥ୍ୟର ସତ୍ୟାସତ୍ୟ ଜାଣିପାରିବେ ।

Share in top social networks!