ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

tn_21-7-2014=1
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଗତ ତିନିଦିନ ଧରି ସାରା ରାଜ୍ୟରେ ଚାଲିଥିବା ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଜି ରାତିରେ ବନ୍ୟା ଜଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର,ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ ବ୍ୟତୀତ ଜିଲ୍ଲାପାଳମାନଙ୍କ ସହିତ ପରାମର୍ଶ କରି ବିପନ୍ନ ଅଞ୍ଚଳରେ ଗୋଖାଦ୍ୟ ଯୋଗାଣର ବ୍ୟବସ୍ଥା କରିବା ପାଇଁ ପଶୁସମ୍ପଦ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଜଳ ଛାଡିବା ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିଲିଫ କୋର୍ଡ ଅନୁସାରେ ସମସ୍ତ ଆବଶ୍ୟକ ସହାୟତା କ୍ଷତିଗ୍ରସ୍ତ ଲୋକଙ୍କୁ ଯୋଗାଇ ଦେବା ଦିଗରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ରାଜସ୍ଵମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ,ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର,ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ସ୍ଵତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ ।

Share in top social networks!