ରାଜ୍ୟର ବିଭିନ୍ନ ଜିଲ୍ଲାର ୮୩୫୨.୧୯ବର୍ଗକିଲୋମିଟର ଅଞ୍ଚଳକୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି –ଜଙ୍ଗଲମନ୍ତ୍ରୀ ଶ୍ରୀ ଆରୁଖ

untitledରାଜ୍ୟର ବିଭିନ୍ନ ଜିଲ୍ଲାର ୮୩୫୨.୧୯ବର୍ଗକିଲୋମିଟର ଅଞ୍ଚଳକୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ସମ୍ବଲପୁର ଜିଲ୍ଲାର ବଦ୍ରମା ଅଭୟାରଣ୍ୟ ୩୦୪.୦୩ ବର୍ଗ କିଲୋମିଟର ,ଦେବ୍ରିଗଡ ଅଭୟାରଣ୍ୟ ୩୪୬.୯ ବର୍ଗ କିମି ଓ ଖଳାଶୁଣୀ ଅଭୟାରଣ୍ୟ ୧୧୬ବର୍ଗ କିମି ପରିମିତ ହୋଇଥିବା ବେଳେ ନୟାଗଡ ର ବୈସିପାଲ୍ଲୀ ଅଭୟାରଣ୍ୟ ୧୬୮.୩୫ବର୍ଗ କିମି ,ପୁରୀର ବାଲୁଖଣ୍ଡ-କୋଂରକା ଅଭୟାରଣ୍ୟ ୭୧.୭୨ବର୍ଗ କିମି ,କେନ୍ଦ୍ରାପଡାର ଭିତରକନିକା ଅଭୟାରଣ୍ୟ ୬୭୨ବର୍ଗକିମି ଓ ଗହୀରମଥା ଅଭୟାରଣ୍ୟ ୧୪୩୫ବର୍ଗକିମି,କଟକ ଓ ଖୋର୍ଦ୍ଧାର ଚନ୍ଦକା-ଡମପଡା ଅଭୟାରଣ୍ୟ ୧୯୩.୩୯ବର୍ଗକିମି ,ଖୋର୍ଦ୍ଧାର ଚିଲିକା ଅଭୟାରଣ୍ୟ ୧୫.୫୩ବର୍ଗକିମି ,କେଉଁଝରର ହଦଗଡ ଅଭୟାରଣ୍ୟ ୧୯୧.୬ବର୍ଗକିମି ,କଳାହାଣ୍ଡିର କଲାପାଟ ଅଭୟାରଣ୍ୟ ୧୪୭.୬୬ ବର୍ଗକିମି ,କନ୍ଧମାଳର କୋଟପାଡ ଅଭୟାରଣ୍ୟ ୩୯୯.୫ବର୍ଗକିମି, ବାଲେଶ୍ଵରର କୁଳଡିହା ଅଭୟାରଣ୍ୟ ୨୭୨.୭୫ବର୍ଗକିମି ,ଗଜପତି ଲଖାରୀ ଅଭୟାରଣ୍ୟ ୧୮୫.୮୭ବର୍ଗକିମି ,କଟକର ନନ୍ଦନକାନନ ଅଭୟାରଣ୍ୟ ୪.୨୬ ବର୍ଗ କିମି ,ଅନୁଗୁଳ,ବୌଦ୍ଧ,କଟକ ଓ ନୟାଗଡର ସାତକୋଶିଆ ଅଭୟାରଣ୍ୟ ୭୯୫.୫୨ ବର୍ଗ କିମି,ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ୨୩୦୬.୬୧ବର୍ଗକିମି ,ନୂଆପଡାର ସୁନାବେଡା ଅଭୟାରଣ୍ୟ ୬୦୦ବର୍ଗ କିମି,ଢେଙ୍କାନାଳର କପିଳାସ ଅଭୟାରଣ୍ୟ ୧୨୫.୫ବର୍ଗକିମି ପରିମିତ ଅଟେ ବୋଲି ଜଙ୍ଗଲ ଓଇ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!