୪୦ ମାଇକ୍ରନରୁ କମ୍ ମୋଟେଇ ବିଶିଷ୍ଟ ପ୍ଲାଷ୍ଟିକ୍ ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି – ପରିବେଶମନ୍ତ୍ରୀ ଶ୍ରୀ ଆରୁଖ

imagesକେନ୍ଦ୍ର ସରକାର ୨୦୧୧ ମସିହାରେ ପ୍ଲାଷ୍ଟିକ୍ ୱେଷ୍ଟ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମାନୁଯାୟୀ ୪୦ ମାଇକ୍ରନରୁ କମ୍ ମୋଟେଇ ବିଶିଷ୍ଟ ପ୍ଲାଷ୍ଟିକ୍ ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଏହାକୁ ଲାଗୁ କରିବା ଦାୟିତ୍ଵ ପୌରପାଳିକାମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ କୁ ରାସ୍ତା ନିର୍ମାଣରେ ବ୍ୟବହାର କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦ୍ଵାରା ଏକ ଟାକ୍ସଫୋର୍ସ ଗଠନ କରାଯାଇଛି । ପୌରପରିଷଦମାନଙ୍କୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ସିମେଣ୍ଟ କାରଖାନାକୁ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟସ୍ତରୀୟ କମିଟି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ଗଠନ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି । ଏହାଛଡା ଏହି ନିୟମକୁ ଉପଯୁକ୍ତ ଭାବେ ଲାଗୁ କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ସମସ୍ତ ପୌରପରିଷଦ ,ବିଜ୍ଞାପିତ ଅଞ୍ଚଳ ପରିଷଦମାନଙ୍କୁ ଏହି ନିୟମକୁ ବଳବତ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ଜନସଚେତନତା ପାଇଁ ବିଭିନ୍ନ ସ୍ଥାନରେ କର୍ମଶାଳା ମାନ ଅନୁଷ୍ଠିତ ହୋଇଛି ।

Share in top social networks!