ବୁଝାମଣା ପତ୍ର ସ୍ଵାକ୍ଷରତା ମାଧ୍ୟମରେ ପର୍ଯ୍ୟଟନର ବିକାଶ କରାଯିବ-ପର୍ଯ୍ୟଟନ ମନ୍ତ୍ରୀ

images6FLXUPK6
ଭୁବନେଶ୍ଵରସ୍ଥ ହୋଟେଲ ପାଲ୍ ହାଇଟ୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ‘ଟ୍ରାଭେଲ ଏଣ୍ଡ ଟ୍ୟୁରିଜିମ ମାର୍ଟ’ରେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଯେ,ରାଜ୍ୟର ପର୍ଯ୍ୟଟନକୁ ଦେଶବିଦେଶରେ ପରିଚିତ କରାଇବା ପାଇଁ ବିଭିନ୍ନ ସ୍ଥାନରେ ରୋଡ ସୋ ଓ ବିଜ୍ଞାପନର ସହାୟତା ନିଆଯିବ । ଓଡିଶାରେ ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ଅନ୍ୟାନ୍ୟ ରାଜ୍ୟର ପର୍ଯ୍ୟଟନ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ । ରାଜ୍ୟ ପର୍ଯ୍ୟଟନ ନୀତି -୨୦୧୩ ମାଧ୍ୟମରେ ଏହି କ୍ଷେତ୍ରରେ ବ୍ୟାପକ ପୁଞ୍ଜିବିନିଯୋଗ କରାଯିବ । ‘ଟ୍ରାଭେଲ ଏଣ୍ଡ ଟ୍ୟୁରିଜିମ ମାର୍ଟ’ଭଳି ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ପଣ୍ଡା ସନ୍ତୋଷ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ବିଶେଷ କରି ଥାଇଲାଣ୍ଡର ସ୍ପା,ଚୀନର ବିଶାଳ ପ୍ରାଚୀର,ମଧ୍ୟ ପ୍ରଦେଶର ଉଜ୍ଜୟନୀ,ଗୁଜୁରାଟର ସୋମନାଥ ମନ୍ଦିର,ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ,ଗିର ଜାତୀୟ ଉଦ୍ୟାନ,ହିମାଚଳ ପ୍ରଦେଶର କୁଲୁ,ମନାଲି,ସିମଲା,ଓଡିଶାର ପୁରୀ ଶ୍ରୀମନ୍ଦିର,ରଥଯାତ୍ରା,କୋଣାର୍କ,ଚିଲିକା,ରଘୁରାଜପୁର ପଟ୍ଟଚିତ୍ର,ଆଦିବାସୀ ଜନଜୀବନ ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ କାର୍ଯ୍ୟକ୍ରମ ଜରିଆରେ ଏଠାକୁ ଆସୁଥିବା ଦର୍ଶକମାନଙ୍କୁ ବୁଝାଉଅଛି ।

Share in top social networks!