ଦେଶର ଜନଜାତି ମାନଙ୍କର ସର୍ବାଙ୍ଗୀନ ବିକାଶ ଆମର ମୂଳ ଲକ୍ଷ୍ୟ-ଜୁଏଲ ଓରାମ

Speechଭାରତୀୟ ଜନତା ପାର୍ଟି ଜନଜାତି ମୋର୍ଚ୍ଚା ର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରାଞ୍ଚି ଠାରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ଫଗନ ସିଂ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ତଥା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରି ଶ୍ରୀ ଜୁଏଲ ଓରାମ ଯୋଗ ଦେଇ କହିଲେ ଯେ,ଭାଜପା ଏପରି ଏକ ଦଳ ଯାହାକି , ଜନଜାତିମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବଦ୍ଧ ପରିକର । ଆଗାମୀ ଦିନରେ ଦେଶରେ ଜନଜାତିମାନଙ୍କର ବିକାଶ ପାଇଁ ଏକ ରାଷ୍ଟ୍ରୀୟ ନୀତି ପ୍ରଣୟନ ହେବାକୁ ଯାଉଛି । ଦେଶରେ ନରେନ୍ଦ୍ର ଭାଇ ମୋଦୀଙ୍କ ନେତୃତ୍ଵରେ ଏକ ସ୍ପଷ୍ଟ ବହୁମତ ସରକାର ଗଠନ ହୋଇଛି । ଏହି ନିର୍ବାଚନରେ ଜନଜାତି ସମ୍ପ୍ରଦାୟର ମୋଟ ୩୯ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ଓ ସେଥିରେ ୨୯ ଜଣ ନିର୍ବାଚିତ ହୋଇ ସଂସଦରେ ଜନଜାତିମାନଙ୍କର ପ୍ରତିନିଧିତ୍ଵ କରିଛନ୍ତି । ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ମାର୍ଗଦର୍ଶନ ଦେଇ ଶ୍ରୀ ଓରାମ ଆହୁରି କହିଲେ ଯେ,ପ୍ରଥମେ କାର୍ଯ୍ୟକର୍ତ୍ତାମାନେ ଏକାଠି ହେବାଦରକାର । ଏକାଠି ହେବା ଦ୍ଵାରା ଅଧା ଲକ୍ଷ୍ୟ ହାସଲ ହୋଇଥାଏ,ଏକାଠି ଚିନ୍ତା କରିବା ଦ୍ଵାରା ବଳକା ୩୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଥାଏ ଏବଂ ଏକାଠି କାର୍ଯ୍ୟ କଲେ ଲକ୍ଷ୍ୟ ସଂପୂର୍ଣ୍ଣ ହାସଲ ହୋଇଥାଏ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଝାଡଖଣ୍ଡର ଦିନମଜୁରିଆ ଭାବେ ଖଟି ରାଜ୍ୟରେ ଯୁକ୍ତ ୨ ପରୀକ୍ଷାରେ ପ୍ରଥମ ୧୦ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଥିବା ଜନଜାତି ସମ୍ପ୍ରଦାୟ ର ଛାତ୍ରୀ ଜୁଲିଆ ମିଞ୍ଜ୍ ଙ୍କୁ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଭାଇ ବସୱା, କେନ୍ଦ୍ରମନ୍ତ୍ରୀ ସୁଦର୍ଶନ ଭଗତ,ବିଜେପି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ସୌଦାନ ସିଂହ,ଝାଡଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତା ଅର୍ଜୁନ ମୁଣ୍ଡା,ମୋର୍ଚ୍ଚାର ସାଧାରଣ ସମ୍ପାଦକ ଲୁଇସ୍ ମାରାଣ୍ଡି,ସାଂସଦ ଭଗବତ ଶରଣ ମାଥୁର,ରାମଲାଲ୍ ରୋଟେଲ,ଝାଡଖଣ୍ଡ ବିଜେପି ଅଧ୍ୟକ୍ଷ ରବୀନ୍ଦ୍ର ରାୟ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ,ମୋର୍ଚ୍ଚାର ସମସ୍ତ ପ୍ରଦେଶ ଅଧ୍ୟକ୍ଷ ଓ ସାଧାରଣ ସମ୍ପାଦକ,ଏନଜେପି ଶାସିତ ରାଜ୍ୟମାନଙ୍କର ଜନଜାତି ସମ୍ପ୍ରଦାୟର ସମସ୍ତ ମନ୍ତ୍ରୀ ଓ ସାଂସଦମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଓଡିଶାରୁ ଜନଜାତି ମୋର୍ଚ୍ଚାର ନୂତନ ଭାବେ ଘୋଷିତ ହୋଇଥିବା ରାଜ୍ୟ ସଭାପତି ତଥା ବିଧାୟକ ରବି ନାରାୟଣ ନାୟକ,ରାଷ୍ଟ୍ରୀୟ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶଙ୍କର ଓରାମ,ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ନାୟକ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସୁକେଶୀ ଓରାମ ଓ କାଳିରାମ ମାଝି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Share in top social networks!