୪୩୦ ଟି ପ୍ରାଥମିକ ବୁଣାକାର ସମବାୟ ସମିତି ‘ପୁନଃକ୍ଷମ ,ସଂସ୍କାର ଓ ପୁନଃନିର୍ମାଣ’ ପ୍ୟାକେଜ୍ ର ଅନ୍ତର୍ଭୁକ୍ତ

odisha-map1୨୦୧୩-୧୪ ବର୍ଷରେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୫୦୩ଟି ପ୍ରାଥମିକ ବୁଣାକାର ସମବାୟ ସମିତି ମଧ୍ୟରୁ ୪୩୦ ଟି ପ୍ରାଥମିକ ବୁଣାକାର ସମବାୟ ସମିତି କେନ୍ଦ୍ର ସରକାରଙ୍କ ‘ପୁନଃକ୍ଷମ ,ସଂସ୍କାର ଓ ପୁନଃନିର୍ମାଣ’ ପ୍ୟାକେଜ୍ ର ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ପ୍ୟାକେଜ୍ ର ନିୟମାବଳୀ ଅନୁଯାୟୀ ଯୋଗ୍ୟବିବେଚିତ ହୋଇ ନ ଥିବା ଯୋଗୁଁ ଅବଶିଷ୍ଟ ସମବାୟ ସମିତି ଗୁଡିକ ଏହି ଯୋଜନରୁ ବାଦ ପଡିଛନ୍ତି ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୟନ,ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ବିଧାନସଭାରେ ତଥ୍ୟ ପ୍ରଦାନ କରିଛନ୍ତି । ଆଠଗଡର ୫୦ଟି,କଟକର ୧୮ଟି,ଜଗତସିଂହପୁର ର ୧୨,ଯାଜପୁରର ୧୯ଟି,କେନ୍ଦ୍ରାପଡାର ୮,ବାଲେଶ୍ଵରର୧୮ଟି,ଭଦ୍ରକର ୪,ମୟୁରଭଞ୍ଜର୧୬,କେଉଁଝରର ୭,ବରଗଡର ୨୫,ସମ୍ବଲପୁରର ୧,ଖୋର୍ଦ୍ଧାର ୩୧,ପୁରୀର୮,ବଲାଙ୍ଗୀରର୧୮,ଢେଙ୍କାନାଳର ୭,ଅନୁଗୁଳର ୧୦,ନୟାଗଡର ୨୭,ଗଞ୍ଜାମର ୨୮,ସୁବର୍ଣ୍ଣପୁରର ୪୯,କଳାହାଣ୍ଡିର ୧୧,ନୂଆପଡାର୧୧,ବୌଦ୍ଧର ୨୫,ସୁନ୍ଦରଗଡର ୮,ଝାଡ଼ାସୁଗୁଡାର ୮ ଓ ନବରଙ୍ଗପୁରର ଗୋଟିଏ ଏହିପରି ସମୁଦାୟ ୪୩୦ଟି ପ୍ରାଥମିକ ବୁଣାକାର ସମବାୟସମିତି ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇଛନ୍ତି ।

Share in top social networks!