ଗତତିନିବର୍ଷ ମଧ୍ୟରେ ବନ୍ୟପ୍ରାଣୀ ଶିକାର କ୍ଷେତ୍ରରେ ସମ୍ପୃକ୍ତ ୭୩୯ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି –ମନ୍ତ୍ରୀ ଶ୍ରୀ ଆରୁଖ

imagesରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ଶିକାର ରୋକିବାକୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ସୀକର ପ୍ରବଣ ଅଞ୍ଚଳରେ ପରିବେଶ ଉନ୍ନୟନ କମିଟିଗୁଡିକୁ କ୍ରିୟାଶୀଳ କରାଯିବା ସହିତ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ସହଯୋଗରେ ପକ୍ଷୀ ସୁରକ୍ଷା କମିଟିମାନ ଗଠିତ ହୋଇଛି । ପକ୍ଷୀ ଶିକାର ନକରିବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଶିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଙ୍ଗେସଙ୍ଗେ ସନ୍ଦିଗ୍ଧ ସ୍ଥାନରେ ଚଢାଉ କରାଯାଉଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!