ସୁନାବେଡା ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଵୀକୃତି

51844ନୂଆପଡା ଜିଲ୍ଲାର ମାଓବାଦୀ ପ୍ରବଣ ସୁନାବେଡା ଜଙ୍ଗଲକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ସ୍ଵୀକୃତି ମିଳିଛି । କେନ୍ଦ୍ର ପରିବେଶମନ୍ତ୍ରୀ ପ୍ରକାଶ ଜାଭେଦକର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ଏହାଛଡା ଓଡିଶାରେ ଦୁଇଟି ହାତୀ ଅଭୟାରଣ୍ୟ ସହିତ ଦେଶର ୪ତି ହାତୀ ଅଭୟାରଣ୍ୟକୁ କେନ୍ଦ୍ରୀୟ ସ୍ଵୀକୃତି ମିଳିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଦେଶର ଦୁଇଟି ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଗୋଟିଏ ଓଡିଶାର ହୋଇଥିବାବେଳେ ଓ ଅନ୍ୟଟି ମଧ୍ୟପ୍ରଦେଶରେ । ଦେଶରେ ଏବେ ୪୬ତି ବ୍ୟାଘ୍ର ଅଭୟାରଣ୍ୟ ରହିଛି । ପ୍ରସ୍ତାବିତ ସୁନାବେଡା ଅଭୟାରଣ୍ୟ ଓଡିଶା –ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲାର ୬୦୦ ବର୍ଗକିମି ଅଞ୍ଚଳରେ ଅବସ୍ଥିତ । ୨୦୦୪ ଗଣନା ଅନୁସାରେ ଏଠାରେ ୩୨ଟି ବାଘ ଓ ୩୬ଟି ଚିତାବାଘ ଅଛନ୍ତି ।

Share in top social networks!