ଦୂତିଙ୍କୁ ବାଦ୍ ପ୍ରସଙ୍ଗ; ବାଙ୍ଗାଲୋର ଗଲେ ଦୁଇ ପ୍ରଶିକ୍ଷକ

51829
ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଦଳରୁ ଶେଷ ମିନିଟରୁ ବାଦ୍ ପଡିବା ପରେ ଓଡିଶାର ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିଛି । ବିଳମ୍ବରେ ହେଉ ପଛେ; ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ଦୂତୀଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରିବା ପାଇଁ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ତାର ଦୁଇଜଣ ମହିଳା ପ୍ରଶିକ୍ଷକଙ୍କୁ ବାଙ୍ଗାଲୋର ପଠାଇଛି । ଆଥଲେଟିକ୍ କୋଚ୍ ରୂପାନ୍ଵିତା ପଣ୍ଡା ଓ ଭଲିବଲ କୋଚ୍ ଉଷା ମହାନ୍ତି ଗୁରୁବାର ଅପରାହ୍ନରେ ବାଙ୍ଗାଲୋର ଯାତ୍ରା କରିଛନ୍ତି । ପ୍ରକୃତରେ କେଉଁ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡା ଦଳରୁ ଦୂତିଙ୍କୁ ବାଦ ଦିଆଯାଇଛି ଏବଂ ତାଙ୍କର କଣ ପରୀକ୍ଷା କରାଯାଇଛି ଏବଂ କ’ଣ ଫଳାଫଳ ଆସିଛି; ସାଇ ମହାନିର୍ଦ୍ଦେଶକ ଙ୍କ ସହ ତା’ ବିଷୟରେ ଏହି ଦୁଇ ଜଣ ପ୍ରଶିକ୍ଷକ ଆଲୋଚନା କରିବେ । କ୍ରୀଡାବିଭାଗର ଏକ ସୂତ୍ର ଅନୁସାରେ ; ଏହି ଦୁଇଜଣ ପ୍ରଶିକ୍ଷକ ଦୂତିଙ୍କୁ ଧରି ଓଡିଶା ଆସିବେ ।

Share in top social networks!