ପରିଚାଳନାଗତ ତ୍ରୁଟି କାରଣରୁ କେତେକ ଅର୍ବାନ କୋଅପରେଟିଭ୍ ବ୍ୟଙ୍କରେ ଅଚଳାବସ୍ଥା ସୃଷ୍ଟି ହୋଇନାହିଁ – ସମବାୟମନ୍ତ୍ରୀ ଡ.ରାଉତ

untitled1ରାଜ୍ୟରେ ଥିବା ଅର୍ବାନ କୋଅପରେଟିଭ୍ ବ୍ୟଙ୍କଗୁଡିକ ସେମାନଙ୍କ ଅଂଶୀଦାର ଓ ଗ୍ରାହାକ ମାନଙ୍କ ଜମା ଓ କାରବାର ଉପରେ ତିଷ୍ଠି ରହିଥାଏ । ବାରମ୍ବାର ପରିଚାଳନାଗତ କେତେକ ଅର୍ବାନ କୋଅପରେଟିଭ୍ ବ୍ୟଙ୍କରେ ଅଚଳାବସ୍ଥା ସୃଷ୍ଟି ହୋଇ ବନ୍ଦ ହୋଇଯିବା ଏବଂ ୨୦୧୧ ମସିହାରୁ ନିର୍ବାଚିତ ପରିଚାଳନା ପରିଷଦ ଗଠନ ନ କରି ଅସ୍ଥିରତା ସୃଷ୍ଟି କରାଯିବ ସମ୍ପର୍କିତ ଅଭିଯୋଗ ସତ ନୁହେଁ ବୋଲି ସମବାଯ ମନ୍ତ୍ରୀ ଡ.ଦାମୋଦର ରାଉତ ବିଧାନସଭାରେ ପ୍ରକାଶ କରିଛନ୍ତି ।
ଓଡିଶା ସମବାୟ ସମିତି(ସଂଶୋଧନ) ଅଧିନିୟମ ,୨୦୧୧ଓ ୨୦୧୨ ଭିତ୍ତିରେ ଓଡିଶା ସମବାୟ ସମିତି ନିୟମାବଳୀ,୧୯୬୫ ଓ ଓଡିଶା ସମବାୟ ସମିତି ନିୟମାବଳୀ ୧୯୯୨ର ସଂଶୋଧନ ଚିଠା ଫେବୃୟାରୀ ୧୨,୨୦୧୪ ରେ ଓଡିଶା ଗେଜେଟ୍ ରେ ପ୍ରକାଶିତ ହୋଇଛି । ଚୁଡାନ୍ତ ସଂଶୋଧିତ ନିୟମାବଳୀ ପ୍ରକାଶ କରିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ସରକାରଙ୍କ ବିଚାରାଧୀନ ଅଛି । ଏହି ନିୟମାବଳୀ ଆଧାରରେ ସମବାୟ ବ୍ୟାଙ୍କ ମାନଙ୍କର ନିର୍ବାଚନ କରାଯିବାର ବ୍ୟବସ୍ଥା ଥିବାରୁ ସଂଶୋଧିତ ନିୟମାବଳୀ ର ପ୍ରକାଶନ କରି ଯଥାଶୀଘ୍ର ନିର୍ବାଚନ କରିବା ପାଇଁ ପଦକ୍ଷେପ ନିଆଯାଇଛି ।
ସମବାୟ ନିର୍ବାଚନର ସଂଚାଳନ ପାଇଁ ଓଡିଶା ସମବାୟ ସମିତି ଅଧିନିୟମ ଧାରା ୨୮AA ଅନୁଯାୟୀ ଓଡିଶା ସମବାୟ ନିର୍ବାଚନ ଆୟୋଗକୁ କ୍ଷମତା ଦିଆଯାଇଛି । ତେଣୁ ଯଥାଶୀଘ୍ର ଅର୍ବାନ ବ୍ୟାଙ୍କମାନଙ୍କ ପରିଚାଳନା ପରିଷଦର ନିର୍ବାଚନ ପ୍ରକ୍ରିୟା ଓଡିଶା ସମବାୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଅନୁଷ୍ଠିତ ହେବ ବୋଲି ସମବାୟ ମନ୍ତ୍ରୀ ଡ.ରାଉତ ପ୍ରକାଶ କରିଛନ୍ତି ।

Share in top social networks!