୨୦୧୨-୧୩ ରେ ରାଜ୍ୟରେ ସମୁଦାୟ ୪ଲକ୍ଷ ୧୦ହଜାର ୧୪୪ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଥିଲା –ମନ୍ତ୍ରୀ ଶ୍ରୀ ମହାରଥୀ

12
୨୦୧୨-୧୩ ରେ ରାଜ୍ୟରେ ସମୁଦାୟ ୪ଲକ୍ଷ ୧୦ହଜାର ୧୪୪ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଥିଲା । ତନ୍ମଧ୍ୟରୁ ମଧୁରଜଳ ମାଛ ୨ଲକ୍ଷ ୬୧ହଜାର ୯୧୯ମେଟ୍ରିକ୍ ଟନ୍ ,ଖାରିପାଣି ମାଛ ୨୯ହଜାର ୯୧୪ ମେଟ୍ରିକ୍ ଟନ୍ ଓ ସାମୁଦ୍ରିକ ମାଛ ୧ଲକ୍ଷ ୧୮ହଜାର ୩୧୧ମେଟ୍ରିକ୍ ଟନ୍ । ଏଥିମଧ୍ୟରୁ ୧ଲକ୍ଷ ୧୬ହଜାର ୪୦୯ ମେଟ୍ରିକ୍ ଟନ୍ ମାଛ ଅନ୍ୟ ରାଜ୍ୟ ଓ ଦେଶକୁ ରପ୍ତାନି କରାଯାଇଥିଲା । ଆମ ରାଜ୍ୟକୁ ୨୦୧୨-୧୩ ରେ ୨୧ହଜାର ୨୧୭ ମେଟ୍ରିକ୍ ଟନ୍ ମାଛ ପଡୋଶୀ ରାଜ୍ୟ ମୁଖ୍ୟତଃ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରାଯାଇଥିଲା । ଓଡିଶାରେ ମତ୍ସ୍ୟଜୀବୀ ମାନଙ୍କ ପାଖରେ ଉନ୍ନତ ଜ୍ଞାନକୌଶଳର ଅଭାବ ରହୁଥିବାରୁ ସେମାନେ ଉପକୂଳର ମାତ୍ର ୫ କିଲୋମିଟର ପର୍ଯ୍ୟନ୍ତ ମାଛ ମାରିବାକୁ ଯାଉଥିବା କଥା ସତ ନୁହେଁ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ପ୍ରକାଶ କରିଛନ୍ତି । ମତ୍ସ୍ୟଜୀବୀ ଉନ୍ନୟନ ଯୋଜନାରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀ ପରିବାର ପିଛା ମାସକୁ ୨୫କେଜି ହିସାବରେ ଟଙ୍କିକିଆ ଚାଉଳ ଯୋଗାଇ ଦିଆଯାଇଛି । କେନ୍ଦ୍ର ପ୍ରଯୋଜିତ “ସଞ୍ଚୟ ଓ ସହାୟତା” ଯୋଜନାରେ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ସୂଚନାଦେଇଛନ୍ତି ।

Share in top social networks!