ଗତ ଦଶ ବର୍ଷମଧ୍ୟରେ ରାଜ୍ୟରେ ୯ଲକ୍ଷ ୭୫ହଜାର ୨୬୧ ହେକ୍ଟର ଅଞ୍ଚଳରେ ବନୀକରଣ କରାଯାଇଛି

images
ଗତ ଦଶ ବର୍ଷମଧ୍ୟରେ ତଥା ୨୦୦୪-୦୫ଠାରୁ ୨୦୧୩-୧୪ ବର୍ଷ ମଧ୍ୟରେ ୯ଲକ୍ଷ ୭୫ହଜାର ୨୬୧ହେକ୍ଟର ପରିମିତ ଅଞ୍ଚଳରେ ବନୀକରଣ କରାଯାଇଛି ।ଏବଂ ଏଥି ନିମନ୍ତେ ୩୮କୋଟି ୪୪ଲକ୍ଷ ୭୭ହଜାର ବୃକ୍ଷଚାରା ରୋପଣ କରାଯାଇଛି । ଏତଦବ୍ୟତୀତ ୯କୋଟି ୯୦ଲକ୍ଷ ୪୦ହଜାର ବୃକ୍ଷଚାରା ହିତାଧିକାରୀ ମାନଙ୍କୁ ନିଜସ୍ଵ ବାଡିବଗିଚାରେ ରୋପଣ ନିମନ୍ତେ ବିତରଣ କରାଯାଇଛି । ବିଗତ ତିନି ବର୍ଷରେ ରୋପିତ ହୋଇଥିବା ବନୀକରଣର ଶତକଡା ୭୦ରୁ ୮୦ଭାଗ ବୃକ୍ଷଚାରା ବଞ୍ଚିତ ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!