ଜଗନ୍ନାଥ ସଂସ୍କୃତି ସୁରକ୍ଷା ମଞ୍ଚ ତରଫରୁ ସରକାରଙ୍କ ସଦବୁଦ୍ଧି ନିମନ୍ତେ ଓଡିଶାରେ ସାମୁହିକ ଦୀପଦାନ

unnamed
ସରକାର ଓ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରଶାସନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ,ଯେପରି ସେମନେ ଶ୍ରୀମନ୍ଦିରର ଧାର୍ମିକ ପରମ୍ପରା ଏବଂ ବିଧିବ୍ୟବସ୍ଥାରେ ହସ୍ତକ୍ଷେପ କରିବେ ନାହିଁ ବୋଲି କାମନା କରି ଭୁବନେଶ୍ଵର ଖାରବେଳ ନଗର ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ମଞ୍ଚ ତଥା ସାଧୁସନ୍ଥ ମାନଙ୍କ ଆହ୍ଵାନ କ୍ରମେ କର୍କଟ ସଙ୍କ୍ରାନ୍ତି ଦିନ ଦୀପଦାନ କରିଥିଲେ ଶହଶହ ଭକ୍ତମାନେ । ଭୁବନେଶ୍ଵର ଖାରବେଳ ନଗର ସ୍ଥିତ ରାମମନ୍ଦିର ପରିସରରେ ମଞ୍ଚର ସଂଯୋଜକ ଡା.ଲକ୍ଷ୍ମୀକାନ୍ତ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଶାଳ ଦୀପଦାନ କାର୍ଯ୍ୟକ୍ରମରେ ମଞ୍ଚର ଅବବାହିକା ଗବେଷକ ଡଃ ପ୍ରଫୁଲ୍ଲ କୁମାର ରଥ,ଯୁଗ୍ମ ଆବାହକ ଆଇନଜୀବୀ ଶ୍ରୀ ଶକ୍ତି ଶଙ୍କର ମିଶ୍ର ଓ ଅଜିତ କୁମାର ପଟ୍ଟନାୟକ,ରବି ଶଙ୍କର ପଟ୍ଟନାୟକ,ଗୋଲାଖ ଚନ୍ଦ୍ର ଦାସ,ସମାଜସେବୀ ପ୍ରମୋଦ କୁମାର ଦାଶ,ତଥା ବହୁ ମାନ୍ୟଗଣ୍ୟ ସମାଜସେବୀ ମାନେ ରହି ଦୀପଦାନ କରିଥିଲେ ।

Share in top social networks!